28.9 C
Bhubaneswar
Thursday, June 18, 2026
Homeଓଡିଶାଓଡିଶା ଜନତା କଂଗ୍ରେସ ପାର୍ଟିର ପଡିଲା ମୂଳଦୂଆ

ଓଡିଶା ଜନତା କଂଗ୍ରେସ ପାର୍ଟିର ପଡିଲା ମୂଳଦୂଆ

ଭୁବନେଶ୍ୱର: ନୂଆ ଆଞ୍ଚଳିକ ଦଳ ଓଡିଶା ଜନତା କଂଗ୍ରେସ ପାର୍ଟିର ମୂଳଦୁଆ ପଡିଲା । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ କରାଯାଇଛି । ମହମ୍ମଦ ମୋକିମଙ୍କ ନେତୃତ୍ୱରେ ନୂଆ ଆଞ୍ଚଳିକ ଦଳର ଲୋକାର୍ପଣ ହୋଇଛି । ସମାବେଶ ସ୍ଥଳରେ ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଉପସ୍ଥିତ ଅଛନ୍ତି ।ଭୁବନେଶ୍ୱରରେ ସମାବେଶ କରିବା ପୂର୍ବରୁ ମୋକିମ ରାଜ୍ୟର ପ୍ରାୟ ୧୫ଜିଲ୍ଲାରେ ଛୋଟ ଛୋଟ ସମାବେଶ କରି ବଳ ଗୋଟାଇ ଥିଲେ । ମିଶ୍ରଣ ପର୍ବର ଆୟୋଜନ କରି ବିଜେଡି, କଂଗ୍ରେସ, ବିଜେପିର ଅସନ୍ତୁଷ୍ଟଙ୍କୁ ତାଙ୍କ ସହ ଯୋଡିଥିଲେ । ବିଶେଷକରି କଂଗ୍ରେସ ଭୋଟ୍ ଥିବା ବିଧାନସଭା ଆସନ ଗୁଡିକରେ କର୍ମୀଙ୍କୁ ନିଜ ଆଡକୁ ନେବାକୁ ଉଦ୍ୟମ ଚଳାଇଛନ୍ତି । ସେହି ସବୁ ଆସନ ଗୁଡିକ ମଧ୍ୟରେ ରହିଛି, କଟକ, ମାହାଙ୍ଗା, ଧର୍ମଶାଳା, ସାଲେପୁର, ରାଜନଗର, କୋରାପୁଟ, କଣ୍ଟାବାଞ୍ଝି । ବିଶେଷକରି ଯୁବ ନେତା ଓ ଜେନ୍ -ଜୀ ବର୍ଗଙ୍କୁ ନିଜ ସପକ୍ଷରେ ନେବା ଲକ୍ଷ୍ୟରେ ରହିଛନ୍ତି ମୋକିମ୍ । ଏଥିସହ ବଡ଼ ସୂଚନା ଦେଇ ମୋକିମ କହିଛନ୍ତି ଆଗାମୀ ଦିନରେ ଦଳର ନେତୃତ୍ୱ ନେବେ ସୋଫିଆ ଫିର୍ଦ୍ଦୋସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking