29.1 C
Bhubaneswar
Monday, May 6, 2024
Homeମନୋରଞ୍ଜନଦାଦା ସାହେବ ଫାଲକେ ସମ୍ମାନ ପାଇଲେ ବର୍ଷିୟାନ୍ ଅଭିନେତ୍ରୀ ଆଶା ପାରେଖ

ଦାଦା ସାହେବ ଫାଲକେ ସମ୍ମାନ ପାଇଲେ ବର୍ଷିୟାନ୍ ଅଭିନେତ୍ରୀ ଆଶା ପାରେଖ

ମୁମ୍ବାଇ : ଦାଦା ସାହେବ ଫାଲକେ ସମ୍ମାନ ପାଇଲେ ବର୍ଷିୟାନ୍ ଅଭିନେତ୍ରୀ ଆଶା ପାରେଖ । ବର୍ଷ ୨୦୨୦ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ତେବେ ମୋର ୮୦ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଏହି ସମ୍ମାନ ପାଇଛି। ନିଜକୁ ଗୌରାବନ୍ଵିତ ମନେ କରୁଛି ବୋଲି କହିଛନ୍ତି ଆଶା। ୬୦/୭୦ ଦଶକରେ ବଲିଉଡରେ ନିଜର ଅଭିନୟର ଯାଦୁରେ ସମସ୍ତଙ୍କୁ ବିମୋହିତ କରିଥିଲେ ଆଶା ପାରେଖ । ଶିଶୁ ଭୂମିକାରେ କ୍ୟାରିଅର ଆରମ୍ଭ କରିଥିବା ଆଶା ପାରେଖ ମା’ ଚରିତ୍ର ପର‌୍ୟ୍ୟନ୍ତ ସବୁଥିରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ୧୯୯୨ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking