34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶ‘ଆପ୍ କା ରାମରାଜ୍ୟ’ ୱେବସାଇଟ୍ ଉନ୍ମୋଚିତ

‘ଆପ୍ କା ରାମରାଜ୍ୟ’ ୱେବସାଇଟ୍ ଉନ୍ମୋଚିତ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବୁଧବାର ‘ଆପ୍ କା ରାମରାଜ୍ୟ’ ୱେବସାଇଟ୍ ଉନ୍ମୋଚନ କରି କରିଛି । ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାତୀୟ ରାଜଧାନୀରେ ଭଗବାନ ରାମଙ୍କ ଆଦର୍ଶକୁ ସାକାର କରିବାକୁ ଚେଷ୍ଟା କରିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି । ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ ଏହି ୱେବସାଇଟରେ ଆପ୍‌ର ରାମରାଜ୍ୟ ସଂକଳ୍ପ ଏବଂ ଦଳର ସରକାରଙ୍କ କାର୍ଯ୍ୟକୁ ଦର୍ଶାଯିବ । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗତ ୧୦ ବର୍ଷ ମଧ୍ୟରେ ରାମରାଜ୍ୟକୁ ସାକାର କରିବା ପାଇଁ ଭଲ ସ୍କୁଲ, ମୋହଲ୍ଲା କ୍ଲିନିକ୍‌, ମାଗଣା ପାଣି ଓ ବିଜୁଳି ଏବଂ ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଭଳି ଚମତ୍କାର କାର୍ଯ୍ୟ କରିଛନ୍ତି । ପ୍ରଥମ ଥର ପାଇଁ ରାମନବମୀ ପାଳନ ଅବସରରେ କେଜ୍ରିୱାଲ ତାଙ୍କ ଲୋକଙ୍କ ମଧ୍ୟରେ ନାହାନ୍ତି ବୋଲି ଏବଂ ମିଥ୍ୟା ସାକ୍ଷୀଙ୍କ ବୟାନ ଆଧାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଭିତ୍ତିହୀନ ମାମଲାରେ ଜେଲ୍ ପଠାଯାଇଛି ବୋଲି ଶ୍ରୀ ସିଂହ ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଆପ୍ ନେତା ଆତିଶୀ, ସୌରଭ ଭରଦ୍ୱାଜ ଓ ଜସ୍ମିନ ଶାହା ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking