39.1 C
Bhubaneswar
Friday, April 26, 2024
Homeଓଡିଶାଭୁଲିଗଲେ ମାନବିକତା, ଜାଗା ବାଡିକୁ କେନ୍ଦ୍ରକରି ଗୋଟିଏ ପରିବାରକୁ କଲେ ସାମାଜିକ ବାସନ୍ଦ

ଭୁଲିଗଲେ ମାନବିକତା, ଜାଗା ବାଡିକୁ କେନ୍ଦ୍ରକରି ଗୋଟିଏ ପରିବାରକୁ କଲେ ସାମାଜିକ ବାସନ୍ଦ

ଅନୁଗୁଳ : ଗ୍ରାମବାସୀ ଭୁଲିଗଲେ ମାନବିକତା। ଜାଗା ବାଡିକୁ କେନ୍ଦ୍ରକରି ଗୋଟିଏ ପରିବାରକୁ କରାଗଲା ସାମାଜିକ ବାସନ୍ଦ । ଦେଶ ଏବେ କରୋନା ଭଳି ସାମ୍ପ୍ରତିକ ପରିସ୍ଥିତିରେ ଲଢେଇ କରୁଛି । କରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ସରକାର ଜାରି କରିଛନ୍ତି ଲକ ଡାଉନ । କିନ୍ତୁ ଏଭଳି ପରିସ୍ଥିତିରେ ମାନବିକତା ଭୁଲିଗଲେ ଗ୍ରାମବାସୀ। ଗ୍ରାମବାସୀଙ୍କ ଦ୍ୱାରା ଏକ ପରିବାରକୁ ଗ୍ରାମରୁ ନିଆଁ ପାଣି ବାଛନ୍ଦ କରିବା ସହ ଘର ଆଗରେ କଣ୍ଟା ତାର ବନ୍ଧା ଯାଇଛି। ଏମିତିକି ଘରର ସଦସ୍ୟ ସହ ଗ୍ରାମର କୋଣସି ବ୍ୟକ୍ତି କଥା ହେଲେ ଗ୍ରାମବାସୀମାନେ ତାଙ୍କ ଠାରୁ ଏକ ହଜାର ଟଙ୍କା ଜରିମାନା ଆଦାୟ କରିବେ ବୋଲି ନିର୍ଦେଶ ରହିଛି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଲୁହାସିଙ୍ଗା ଗ୍ରାମପଂଚାୟତର ପତକା ଗ୍ରାମରେ। ଆଜକୁ ପ୍ରାୟ ୧୫ବର୍ଷରୁ ଉର୍ଦ୍ଧ ହେବ ପଦ୍ମଲୋଚନ ବେହେରାଙ୍କ ପରିବାର ବସବାସ କରିଆସୁଥିଲେ କିନ୍ତୁ ଗତ ୩ଦିନ ହୋଇଗଲା ପଦ୍ମଲୋଚନ ପରିବାରଙ୍କୁ ଗାଁରୁ ବାଛନ୍ଦ କରିଦେଇଛନ୍ତି। ଏମିତିକି ଗ୍ରାମର କୌଣସି ନଳକୂରୁ ପିଇବା ପାଇଁ ପାଣି ଆଣିବାକୁ ମଧ୍ୟ ମନା। ନା ଗ୍ରାମରେ ଥିବା କୌଣସି ରାସନ ଦୋକାନରୁ ମଧ୍ୟ ରାସନର ଜିନିଷ କିଣିବାକୁ ମଧ୍ୟ ବାରଣ କରାଯାଇଛି।
ପଦ୍ମଲୋଚନଙ୍କ ପରିବାର ଯେଉଁଠି ଘର କରି ରହିଛନ୍ତି ସେ ଜାଗା ହେଉଛି ସରକାରୀ ଜାଗା ଓ ଏକ ଖେଳ ପଡିଆ ପାଖକୁ ଲାଗି ରହିଛି ପତକା ଗ୍ରାମର ଯୁବ ଗୋଷ୍ଠି ମାନଙ୍କୁ ଖେଳିବାକୁ ଅସୁବିଧା ହେଉଛି । ସେଥିପାଇଁ ଉକ୍ତ ପରିବାରଙ୍କୁ ସେହି ସ୍ଥାନରୁ ରାସ୍ତା ବନ୍ଦ କରି ଘର ପଛ ପଟେ ଥିବା ଜଙ୍ଗଲ ମଧ୍ୟ ଦେଇଯିବାକୁ କହିଛନ୍ତି । କିନ୍ତୁ ଉକ୍ତ ପରିବାର ନ ଯିବାରୁ ଗ୍ରାମରୁ ତାଙ୍କୁ ବାଛନ୍ଦ କରାଯାଇଛି ବୋଲି କହିଛନ୍ତି ବାସନ୍ଦ ହୋଇଥିବା ପରିବାର। ପଦ୍ମଲୋଚନଙ୍କ ପରିବାରକୁ ଘର ଆଗରେ ତାର ବାଡ଼ ଲଗାଇ ବନ୍ଦୀ କରି ରଖାଯାଇଛି। ସେପଟେ ସାମାଜିକ ବାସନ୍ଦ ହୋଇଥିବା ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଫଳ କିଛି ମିଳିନାହିଁ। ଏଭଳି ସାମ୍ପ୍ରତିକ ପରିସ୍ଥିତି ରେ ସାମାଜିକ ବାସନ୍ଦ ଭଳି ଘଟଣା ଦୁଃଖ ର ବିଷୟ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking