33.1 C
Bhubaneswar
Friday, April 26, 2024
Homeଅପରାଧବନ୍ଧା ହେଲା ଧୋକାବାଜ୍ ପ୍ରେମିକ

ବନ୍ଧା ହେଲା ଧୋକାବାଜ୍ ପ୍ରେମିକ

ଭୁବନେଶ୍ୱର : ପ୍ରଥମେ ପ୍ରେମ ଜାଲରେ ଯୁବତୀଙ୍କୁ ଫସାଇଲା ଅଭିଯୁକ୍ତ ଗୋପାଳକୃଷ୍ଣ ବେହେରା। ପରେ ବାହା ହେବାକୁ ପ୍ରତିଶ୍ରୁତି ଦେଇ ସେ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଲା। କିନ୍ତୁ ନିଜର କାମନା ପୂରଣ ହେବା ପରେ ‌ତା’ର ଅସଲ ରୂପ ପଦାକୁ ଆସିଥିଲା। ବାହା ହେବ କ’ଣ, ସେ ଯୁବତୀଙ୍କୁ ଆଉ ଧରାଛୁଆଁ ଦେଲା ନାହିଁ। ତେଣୁ ବାଧ୍ୟ ହୋଇ ପୀଡ଼ିତା ଜଣକ ପୁଲିସର ସହଯୋଗ ଲୋଡ଼ିଲେ। ଥାନାରେ ଲିଖିତ ଅଭିଯୋଗ କଲେ। ଏ ସମ୍ପର୍କରେ ସୂଚନା ପାଇ ପ୍ରତାରକ ପ୍ରେମିକ ଗୋପାଳ ଫେରାର୍ ହୋଇଗଲା। ତେବେ ପ୍ରାୟ ଦେଢ଼ ମାସର ଲୁଚକାଳି ଖେଳ ପରେ ପୁଲିସ ଜାଲରେ ପଡ଼ିଗଲା ଧୋକାବାଜ୍। ସୋମବାର ବାଲିପାଟଣା ଥାନା ପୁଲିସ ତାକୁ କୋର୍ଟ ଚାଲାଣ କରିବା ପରେ ମାମଲାଟି ଚର୍ଚ୍ଚାର ବିଷୟ ହୋଇଛି। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ୍ ନାମଞ୍ଜୁର ହେବା ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
https://onakhabar.com/2020/06/01/migrants-are-facing-lot-of-problems/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking