34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଆରବ ସାଗରରେ ଦାନା ବାନ୍ଧୁଛି ବାତ୍ୟା ନିସର୍ଗ

ଆରବ ସାଗରରେ ଦାନା ବାନ୍ଧୁଛି ବାତ୍ୟା ନିସର୍ଗ

ଭୁବନେଶ୍ବର : ବାତ୍ୟା ଅମ୍ଫନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଆରବ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ନିସର୍ଗ । ଧୀରେ ଧୀରେ ଘନୀଭୂତ ହେଉଛି ଡିପ୍ରେସନ୍ । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଡିପ ଡିପ୍ରେସନର ରୂପ ନେବ । ୩ ତାରିଖରେ ଏହା ମୁମ୍ବାଇ ନିକଟରେ ଲ୍ୟାଣ୍ଡଫଲ୍ କରିପାରେ। କର୍ଣ୍ଣାଟକରୁ ଗୋଆ ପର୍ଯ୍ୟନ୍ତ ଏହାର ପ୍ରଭାବ ପଡିବ। କିଛି ସ୍ଥାନରେ ବନ୍ୟା ଆଶଙ୍କା ଦେଖାଦେଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟାପ୍ରତି ପବନର ବେଗ ୧୦୫ରୁ ୧୨୫ କିଲୋମିଟର ବେଗରେ ପବନ ବହିପାରେ । ଏହାକୁ ଦୃଷ୍ଟିରେ ରଖି ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟ ଉପକୂଳ ପାଇଁ ବାତ୍ୟା ସତର୍କତା ଜାରି କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଗୁଜରାଟରେ ୧୧ ଓ ମହାରାଷ୍ଟ୍ରରେ ୧୦ଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ଜୁନ ୩ରେ ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଉପକୂଳରେ ମାଡ଼ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସବୁଠୁ ଅଧିକ କରୋନା ପ୍ରଭାବିତ ମହାରାଷ୍ଟ୍ର ଉପରେ ସମ୍ଭାବ୍ୟ ବାତ୍ୟା ନିସର୍ଗ ଆଉ ଏକ ଆସନ୍ନ ବିପତ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking