29.1 C
Bhubaneswar
Wednesday, May 1, 2024
Homeବ୍ରେକୀଙ୍ଗପରୀ ମାମଲାରେ ଆଉ ଏକ ମିସକେସ ଦାୟର

ପରୀ ମାମଲାରେ ଆଉ ଏକ ମିସକେସ ଦାୟର

ଭୁବନେଶ୍ୱର,(ଓଏନଏ): ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ୍ କେସ ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମିସ କେସ ଦାୟର ହୋଇଥିବା ସୂଚନା ମିଳିଛି । ତେବେ ଏଫଆଇଆରରେ ନାଁ ଥିବା ବ୍ୟକ୍ତିଙ୍କ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଆବେଦନ ହୋଇଛି । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାମଲାରେ ଆବେଦନ କରାଯାଇଛି । ପୂର୍ବରୁ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଥିଲା ସଙ୍ଘ । ସେହିପରି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ମଧ୍ୟ ଦାବି କରିଥିଲା ସଙ୍ଘ। ନୟାଗଡ଼ ପରୀ ହତ୍ୟା ମାମଲାରେ ପଡୋଶୀ ସରୋଜ ସେଠୀକୁ ଗିରଫ କରିଛି ଏସଆଇଟି । ସାଇଣ୍ଟିଫିକ୍ ତଥ୍ୟ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା କୁହାଯାଇଛି । ସେପଟେ ଅଭିଯୁକ୍ତ ମା ଓ ଭଉଣୀଙ୍କ ବୟାନ ଅନୁଯାଇ ସରୋଜକୁ ଫସେଇ ଦିଆଯାଇଛି ।  ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀ କୁ  ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏଟ କରିଥିଲା ଏସ୍‌ଆଇଟି । ନାବାଳିକା ଶରୀରର କିଛି ହାଡ଼ ମିଳିଥିବା ଯଦୁପୁରର ପୋଖରୀକୁ ନେଇ ଡେମୋ ଦେଖାଇଲା ଏସଆଇଟି। ପୋଖରୀ କୂଳରେ ସରୋଜ ଘଟଣା ସଂପର୍କରେ ବର୍ଣ୍ଣନା କରିଥିଲା । ସେହି ସମୟରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଘଟଣାସ୍ଥଳରେ ଉପସ୍ଥିତ ରହି ସରୋଜକୁ ଟିକିନିଖି ପଚରାଉଚରା କରୁଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking