29.1 C
Bhubaneswar
Sunday, May 5, 2024
Homeଓଡିଶା*ଆଉ ଜଣେ ସାମ୍ବାଦିକ କରୋନ।ର ଶିକାର*

*ଆଉ ଜଣେ ସାମ୍ବାଦିକ କରୋନ।ର ଶିକାର*

 

ଭୁବନେଶ୍ୱର: ଆଜି ରାଜ୍ୟ ଆଉ ଜଣେ ଦକ୍ଷ ଯୁବ ମହିଳା ସାମ୍ବାଦିକା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ
Voice of SOA Community 90.4 ରେ କାର୍ଯ୍ୟରତ Production Executive cum RJ ସବନମ ସିରିନ ଙ୍କର କୋଭିଡ ଯୋଗୁଁ ଭୁବନେଶ୍ୱର ଏମ୍ସ ଠାରେ ମୃତ୍ୟୁ ଘଟିଛି | ଗତ କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇଥିଲେ | ସଂକ୍ରମିତ ହେବାପରେ ସେ କିଛିଦିନ ସଙ୍ଗରୋଧରେ ଥିଲେ ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଏମ୍ସ କୁ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଛି | ତାଙ୍କ ସ୍ୱାମୀ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଗତ କିଛି ଦିନ ହେଲା ଭୁବନେଶ୍ଵର AIIMS ଠାରେ ଚିକିଶ୍ଚିତ ହେଉଛନ୍ତି | ତାଙ୍କର ଗୋଟେ ଛୋଟ ଝିଅଟିଏ ଅଛି | Microbiology ରେ M.Sc ଓ ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରି ସେ Kanak News, STV, ପର୍ଯ୍ୟବେକ୍ଷକ ଓଡ଼ିଆ ଦୈନିକ ଓ News7 ରେ କାର୍ଯ୍ୟ କରିଥିଲେ | ଭୁବନେଶ୍ୱର DD Odia News ରେ ଜଣେ ସାମ୍ବାଦିକ – ଉପସ୍ଥାପିକା ଭାବେ ମଧ୍ୟ ସେ ଜଣାଶୁଣା ଥିଲେ।

SOA Community ରେଡ଼ିଓରେ ତାଙ୍କ କାର୍ଯ୍ୟକ୍ରମ ଥିଲା ଅନନ୍ୟ | ବାଲ୍ୟ ବିବାହ ଭଳି ଅନେକ କୁସଂସ୍କାର ପ୍ରଥା ସମ୍ବନ୍ଧରେ ସେ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ଦୂରଦର୍ଶନର ଅନେକ ସମାଜ ସଂସ୍କାର ମୂଳକ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ସହ ଭୁବନେଶ୍ୱରର ବସ୍ତି
ଅଞ୍ଚଳର ଲୋକଙ୍କ ଉନ୍ନତି ପାଇଁ ସେ ଉଦ୍ୟମ କରିଥିଲେ | ତାଙ୍କ ଭଳି ସମାଜ ସଂସ୍କାରକ ତଥା କାର୍ଯ୍ୟରତ ଯୁବ ମହିଳା ସାମ୍ବାଦିକ ଅତି ବିରଳ | ତାଙ୍କ ପରଲୋକରେ ସୋଆ, ନିୟୁଜ ସେଭେନ ଓ ପ୍ରମେୟ ପରିବାର ପକ୍ଷରୁ ଅଶ୍ରୁପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking