30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଭାରତୀୟ ଶିଳ୍ପ ମହାସଂଘର ବାର୍ଷିକ ଅଧିବେଶନ : ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ଭାରତୀୟ ଶିଳ୍ପ ମହାସଂଘର ବାର୍ଷିକ ଅଧିବେଶନ : ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଭାରତୀୟ ଶିଳ୍ପ ମହାସଂଘର ବାର୍ଷିକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବେ ଅନଲକ -୧ ରେ କାରଖାନମାନ ଖୋଲିଯିବା ସହ କମ୍ପାନୀଗୁଡ଼ିକ ମଧ୍ୟ କାର୍ଯ୍ୟକାରୀ ହେବା ଆରମ୍ଭ କଲେଣି । ଏହିପରି କଷ୍ଟକର ସମୟରେ ଦେଶର ଜନତାଙ୍କୁ ବଞ୍ଚାଇବା ସହ ଅର୍ଥବ୍ୟବସ୍ଥାକୁ ମଧ୍ୟ ବଞ୍ଚାଇବାକୁ ପଡ଼ିବ । ଭାରତ ବର୍ତ୍ତମାନ ଲକଡ଼ାଉନକୁ ପଛରେ ପକାଇ ଅନଲକ – ୧ ଆଡ଼କୁ ଅଗ୍ରସର ହେଲାଣି । ପ୍ରଧାନମନ୍ତ୍ରୀ ଏହି ସମୟରେ କହିଛନ୍ତି ଭାରତର ଅର୍ଥନୀତି ପୁଣି ଅଭିବୃଦ୍ଧି ପଥକୁ ଫେରିବା ନିଶ୍ଚିତ ।
କାରଣ ଭାରତୀୟ ଚାଷୀ, ଭାରତୀୟ ଶିଳ୍ପଜଗତ, ଏମଏସଏମଇ କ୍ଷେତ୍ରର ଦକ୍ଷତା ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି । ସେ କହିଛନ୍ତି ଯେ କରୋନା ପରେ ଦେଶର ଅର୍ଥନୀତିକୁ ସୁଦୃଢ କରିବା ଉପରେ ସରକାର ଅଗ୍ରାଧିକାର ଦେଉଛନ୍ତି । ଏଥିପାଇଁ ସରକାର କେତେକ ସ୍ବଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ ପଦକ୍ଷେପ ନେଇଛନ୍ତି । ସେହିପରି କୃଷି କ୍ଷେତ୍ରରେ ସଂସ୍କାର ଅଣାଯାଇ ଚାଷୀଙ୍କୁ ଅଧିକ ସଶକ୍ତ କରିବାକୁ ପଦକ୍ଷେପ ନିଆଯାଇଛି । ସେ କହିଛନ୍ତି ଯେ ଭାରତକୁ ଆତ୍ମନିର୍ଭରଶୀଳ କରିବାକୁ ହେଲେ ଶିଳ୍ପଜଗତର ଗୁରୁ ଭୂମିକା ରହିଛି । ଏଥିପାଇଁ ଭାରତୀୟ ଶିଳ୍ପ ଜଗତ ସହ ସେ ଛିଡ଼ା ହୋଇଛନ୍ତି । ଶିଳ୍ପ ଜଗତ ଏକ ପାଦ ଚାଲିଲେ ସରକାର ଚାରିପାଦ ଚାଲିବେ ।
ଶିଳ୍ପପତିମାନଙ୍କୁ ସେ କହିଛନ୍ତି ଯେ ଭାରତ ନିଜର ସ୍ଥାନୀୟ ସପ୍ଲାଇ ଚେନ ଓ ଦେଶୀ ଶିଳ୍ପସଂସ୍ଥା ଗୁଡ଼ିକୁ ସୁଦୃଢ କରିବା ଆବଶ୍ୟକ । ଭାରତକୁ ଆତ୍ମନିର୍ଭର ହେବାକୁ ହେଲେ ଆମଦାନୀ ଉପରେ ନିର୍ଭରଶୀଳତା କମାଇ ସ୍ୱଦେଶୀ ବଜାର ଉପରେ ଗୁରୁତ୍ବ ଦେବାକୁ ହେବ ।ଦେଶର ପ୍ରଗତି ମୁଖ୍ୟତଃ ଫାଇଭ ଆଇ ଉପରେ ନିର୍ଭର କରେ । ଇଣ୍ଟେଟ , ଇନକ୍ଲ୍ୟୁଜନ . ଇନଭେଷ୍ଟମେଣ୍ଟ, ଇନଫ୍ରାଷ୍ଟ୍ରକ୍‌ଚର ଏବଂ ଇନୋଭେସନ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking