29.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗକୋଟିଆରେ ଆନ୍ଧ୍ର ଭୋଟ୍;‌ ୩ ଗାଁରୁ ଛିଡ଼ା ହେଲେ ୧୫ ଜଣ

କୋଟିଆରେ ଆନ୍ଧ୍ର ଭୋଟ୍;‌ ୩ ଗାଁରୁ ଛିଡ଼ା ହେଲେ ୧୫ ଜଣ

କୋରାପୁଟ : ଧିରେ ଧିରେ ଆନ୍ଧ୍ର-ଓଡ଼ିଶା ବିବାଦ ଅଧିକ ଜଟିଳ ହେଉଛି। ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ୩ଟି ଗାଁରୁ ୧୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଓଡ଼ିଶାର ତଳଗଞ୍ଜେଇପଦରରୁ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହେଲେ ଓଡ଼ିଶାର ତଳଗଞ୍ଜେଇପଦରର ନୂଆ ନାଁ ଆନ୍ଧ୍ର ଗଞ୍ଜେଇବାଦ୍ରା ଦେଇ ଏଠାରୁ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୩ ଜଣ ସରପଞ୍ଚ, ୧୦ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଆନ୍ଧ୍ର ପଟୁଚେନୁରୁ ନାଁ ଦେଇଥିବା ଓଡ଼ିଶାର ପଟସୁନେରାରୁ ଜଣେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ଆନ୍ଧ୍ର ପଟୁଗୁନେରୀ ନାଁ ଦେଇଥିବା ଓଡ଼ିଶାର ଫଗୁଣସିନେରୀରୁ ସରପଞ୍ଚ ଲାଗି ଜଣେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏନେଇ ଆନ୍ଧ୍ର ସାଲୁର ବ୍ଲକ୍‌ କୁଟୁଗୁଟି ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଟିଆ ଗ୍ରାମପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିବେ। ଦିନ ୧୧ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିବେ। କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ସରକାର କୋଟିଆର ବିିକାଶ ଲାଗି ତତ୍ପରତା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking