30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶତାଜାକିସ୍ତାନରୁ ୮୭ ଭାରତୀୟଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଏୟାର ଇଣ୍ଡିଆର ବିମାନ

ତାଜାକିସ୍ତାନରୁ ୮୭ ଭାରତୀୟଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଏୟାର ଇଣ୍ଡିଆର ବିମାନ

କାବୁଲ : କାବୁଲରୁ ଫେରୁଛନ୍ତି ୧୩୫ ଭାରତୀୟ । କାତାର ଦୋହା ଦେଇ ସମସ୍ତ ଭାରତୀୟ ସ୍ୱଦେଶ ଫେରୁଛନ୍ତି । ଭାରତୀୟମାନେ ଘରକୁ ଫେରୁଥିବା ନେଇ କାତାରରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ୧୩୫ ଜଣ ଭାରତୀୟଙ୍କୁ ନେଇ ପ୍ରଥମ ବ୍ୟାଚ୍ ଆଜି ରାତିରେ ଭାରତରେ ପହଞ୍ଚିବ । ଯାତ୍ରୀଙ୍କ ସୁରକ୍ଷିତ ଫେରିବା ନେଇ ଦୂତାବାସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ୮୭ ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆର ଆଉ ଏକ ବିମାନ ଭାରତ ଫେରୁଛି । ଏହି ବିମାନ ଗତକାଲି ତାଜିକିସ୍ତାନରେ ପହଞ୍ଚିଥିଲା । ବର୍ତ୍ତମାନ ଯାତ୍ରୀଙ୍କୁ ନେଇ ବିମାନ ତାଜିକିସ୍ତାନ ଛାଡିଥିବା ଜଣାପଡିଛି । ବିମାନରେ ଦୁଇ ନେପାଳ ନାଗରିକ ମଧ୍ୟ ଅଛନ୍ତି । ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିବ । ପ୍ରତିଦିନ ୨ଟି ଫ୍ଲାଇଟ୍ ଚଳାଇବ ଭାରତ, ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କାବୁଲରେ ପ୍ରାୟ ହଜାରେରୁ ଅଧିକ ଭାରତୀୟ ଫସି ରହିଥିବା ଜଣାପ଼ଡ଼ିଛି। ସେପଟେ କାବୁଲରେ ଅପହୃତ ହୋଇଛନ୍ତି ବୋଲି ଖବର ଆସିଥିବା ସବୁ ଭାରତୀୟଙ୍କୁ ଛାଡ଼ି ଦେଇଛି ତାଲିବାନ । ସେମାନେ କାବୁଲ ଏୟାରପୋର୍ଟ ଭିତରେ ଅଛନ୍ତି ଏବଂ ସୁରକ୍ଷିତ ଅଛନ୍ତି । ଖୁବ ଶୀଘ୍ର ସମସ୍ତଙ୍କୁ ଭାରତକୁ ଅଣାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking