26.1 C
Bhubaneswar
Friday, May 10, 2024
Homeଓଡିଶାପାରାଦୀପଠାରୁ ଦୂରେଇଲା ବାତ୍ୟା; ବାଲେଶ୍ଵର, ଭଦ୍ରକରେ ବଢୁଛି ପ୍ରଭାବ

ପାରାଦୀପଠାରୁ ଦୂରେଇଲା ବାତ୍ୟା; ବାଲେଶ୍ଵର, ଭଦ୍ରକରେ ବଢୁଛି ପ୍ରଭାବ

ଭୁବନେଶ୍ଵର : ବାତ୍ୟା ଅମ୍ଫାନ ପାରାଦୀପ ଉପକୂଳରୁ ୧୨୦ କିଲୋମିଟର ଦୂରରେ ଅତିକ୍ରମ କରିଛି। ବାତ୍ୟା ପରାଦୀପ ନିକଟତର ହେବା ସମୟରେ ସର୍ବାଧିକ ୧୦୬ କିଲୋମିଟର ବେଗରେ ପବନ ବହିଥିଲା। ବର୍ତ୍ତମାନ ବାତ୍ୟା ପାରାଦୀପଠାରୁ ଦୂରେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ଅଭିମୁଖେ ଗତି କରୁଛି। ପାରାଦୀପରେ ବର୍ତ୍ତମାନ ୬୦ରୁ ୬୫ କିଲୋମିଟର ବେଗରେ ପବନ ବହୁଥିବାବେଳେ ଜଗତସିଂହପୁର ଜିଲ୍ଲାରେ ଧୀରେ ଧୀରେ ଏହାର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହା ପରେ ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ହେବାରେ ଲାଗିଛି। ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୧୧୦ରୁ ୧୩୦ କିଲୋମିଟର ରହିବ। ସନ୍ଧ୍ୟା ପରେ ବାତ୍ୟା ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ।
ତେବେ ବାତ୍ୟାର ପ୍ରଭାବ ହ୍ରାସ ପାଇଲେ ମଧ୍ୟ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ବିଶେଷକରି ପୁରୀ, ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ହେବ। କିନ୍ତୁ ଏସବୁ ଜିଲ୍ଲାରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ ବୋଲି ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking