32.1 C
Bhubaneswar
Friday, April 26, 2024
Homeଓଡିଶାଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

କଳାହାଣ୍ଡି : ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ନେଇ ଫେରାର ହୋଇଥିଲେ ପ୍ରେମିକ । ଦୁଷ୍କର୍ମ ପରେ ୭୦ ହଜାର ଟଙ୍କାରେ ବିକି ଦେଲେ । ଗୁଜୁରାଟରୁ ଉଦ୍ଧାର ହେଲେ ପୀଡିତା । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ର ଜଣେ ଯୁବତୀଙ୍କୁ ପ୍ରଥମେ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅପହରଣ ହୋଇଥିବା ଯୁବତୀଙ୍କ କହିବା ଅନୁସାରେ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ଅଞ୍ଚଳର ଅମିତ ତାଣ୍ଡି ତାଙ୍କୁ ପ୍ରେମରେ ଫସାଇ ପରେ ବିବାହ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ମାର୍ଚ୍ଚ ୩୦ ତାରିଖରେ ପ୍ରେମିକ ଜଣକ ଯୁବତୀଙ୍କୁ ଧର୍ମଗଡ଼ ନେଇଥିଲେ । ସେଠାରୁ ପୁଣି ଖରିଆର ରୋଡ୍ ନେଇ ଗୋଟିଏ ଘରେ ତିନି ଦିନ ରଖିଥିଲେ । ସେଠାରେ ଲଳିତ ନାମକ ଜଣେ ଯୁବକଙ୍କ ସହ ରାୟପୁର ନେଇ ଗୋଟିଏ ଲଜ୍ରେ ରଖିଥିଲେ । ସେଠାରୁ ଅମିତ ପରିବାରକୁ ଫୋନ୍ କରି ଉକ୍ତ ଯୁବତୀଙ୍କ ସହ ବିବାହ କରିଥିବା ନେଇ କହିଥିଲେ । ଏହା ଜାଣିବା ପରେ ପରିବାର ଲୋକେ ଝିଅର ନିଖୋଜ ନେଇ ପାପଡ଼ାହାଣ୍ଡି ଥାନାରେ ଏତଲା ଦେଇଥିଲେ । ତେବେ ରାୟପୁରରେ ବି ଉକ୍ତ ଯୁବତୀଙ୍କୁ ବେଶୀ ଦିନ ରଖି ନ ଥିଲେ ଅମିତ । ସେଠାରୁ ନାଗପୁର ଏବଂ ପୁଣି ସେଠାରୁ ଗୁଜୁରାଟ ନେଇ ଯାଇଥିଲେ । ସେଠାରେ ଯୁବତୀଙ୍କୁ ୭୦ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଏଥିସହିତ ସେ ଦୁଷ୍କର୍ମର ଶିକାର ହୋଇଥିବା କହିଛନ୍ତି ।ପରିବାର ଲୋକେ ଏ ସମ୍ପର୍କରେ ଜାଣିବା ପରେ ତାଙ୍କୁ ଉଦ୍ଧାର କରିଥିଲେ । ପରେ ପରିବାର ସହ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ ଅଭିଯୋଗ ଗ୍ରହଣ କରୁ ନ ଥିବା ସେ କହିଛନ୍ତି । ଏ ନେଇ ପାପଡାହାଣ୍ଡି ଥାନା ଅଧିକାରୀ ମୀରା ନାୟକ କହିଛନ୍ତି ଯୁବତୀ ଉଦ୍ଧାର ପରେ ସାବାଳିକା ବୋଲି ଜଣାପଡ଼ିଥିଲେ । ଯୁବତୀ କିମ୍ବା ତାଙ୍କ ପରିବାର ମାମଲା ରୁଜୁ କରିବାକୁ ମନା କରିଥିଲେ । ତଥାପି ଅନ୍ୟ ଏକ ମାମଲାରେ ଗୋଲମୁଣ୍ଡା ପୋଲିସ ଦ୍ୱାରା ଗିରଫ ହୋଇଥିବା ଅମିତ ତାଣ୍ଡିକୁ ପାପଡ଼ାହାଣ୍ଡି ପଚରାଉଚୁରା କରାଯାଇଥିଲା । ଏ ପର‌୍ୟ୍ୟନ୍ତ ଯୁବତୀ ଏତଲା ଦେଇନଥିବା ସେ ପୋଲିସ ସୂତ୍ରରୁ ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking