33.1 C
Bhubaneswar
Friday, April 26, 2024
Homeଅପରାଧଚାକିରୀ ଦେବା ନାଁରେ ଠକେଇ ଅଭିଯୋଗ

ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗ

ଜୟପୁର: ଚାକିରୀ ଦେବା ନାଁରେ ବଡ ଧରଣର ଠକେଇ ଅଭିଯୋଗ ହୋଇଛି । ପ୍ରାୟ ୧୦୦ ଜଣଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ସୁବାଷ ଚୌଧୁରୀକୁ ପୋଲିସ ଗିରଫ କରିଛି । ସୁବାଷ ଠାରୁ ୧୪ ଲକ୍ଷ ୭୪ ହଜାର ୯୫୦ ଟଙ୍କା ଜବତ କରାଯାଇଛି । ଏହାସହିତ ନକଲି ନିଯୁକ୍ତି ପତ୍ର, କମ୍ପ୍ୟୁଟର, ପ୍ରିଣ୍ଟର ସହ ଷ୍ଟାମ୍ପ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଜୟପୁର ଲିଙ୍ଗରାଜ ନଗରରେ ସୁବାଷ ଅଫିସ ଖୋଲି ଫେସବୁକରେ ଶିକ୍ଷକ ନିଯୁକ୍ତି ନାଁରେ ବିଜ୍ଞାପନ ଦେଇ ଏପରି ଠକେଇ କରିଛନ୍ତି । ସୁବାଷ ମାସିକ ୭ ହଜାର ଟଙ୍କା ଦରମା ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କଠୁ ଟଙ୍କା ଲୁଟୁଥିଲା । ତେବେ ନକଲି ନିଯୁକ୍ତି ପତ୍ରରେ ଏସବୁ ନିଯୁକ୍ତି ଜଣା ପଡିବା ପରେ ପୋଲିସ କାର‌୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking