33.1 C
Bhubaneswar
Saturday, April 27, 2024
Homeଓଡିଶାରାଉରକେଲାରେ ଖୋଲିଲା ବହି ଦୋକାନ

ରାଉରକେଲାରେ ଖୋଲିଲା ବହି ଦୋକାନ

ରାଉରକେଲା : ଆଜିଠୁ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସମସ୍ତ ବହି ଦୋକାନ ଖୋଲା ରହିବ ବୋଲି ସୂଚନା ମିଳିଛି । ଏନେଇ ସୁନ୍ଦରଗଡ ନିଖିଳ ପବନ କଲ୍ୟାଣ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ବହି ଦୋକାନ ଖୋଲା ରହିବା ସମୟରେ ସାମାଜିକ ଦୂରତା ନିୟମକୁ ମଧ୍ୟ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ଯଦି କୌଣସି ବ୍ୟକ୍ତି ଏହାକୁ ଖିଲାପ କରନ୍ତି କିମ୍ବା ସଠିକ ଭାବେ ଏହାକୁ ପାଳନ ନ କରନ୍ତି ତେବେ ଉକ୍ତ ଦୋକାନୀଙ୍କ ଦୋକାନ ସିଲ୍ ହେବା ସହ ତାଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି ।
ରାଉରକେଲା ସହରର ଉଦିତ ନଗର, ଏସଟିଆଇ, ପାନପୋଷ, କୋଏଲ ନଗର, ଇସ୍ପାତ ମାର୍କେଟ, ସେକ୍ଟର ୧୮, ମଧୁସୂଦନ ମାର୍କେଟ, ଫର୍ଟିଲାଇଜର, ବେଦବ୍ୟାସରେ ୩୦ରୁ ଅଧିକ ବହି ଦୋକାନ ରହିଛି । ସହରରେ ଉଭୟ ଆଇସିଏସଇ ଓ ସିବିଏସଇ ପରିଚାଳନାଧୀନ ଛୋଟ ବଡ଼ ୧୨୦ରୁ ଅଧିକ ଇଂରାଜି ମାଧ୍ୟମ ସ୍କୁଲ ରହିଛି । ୨୫ ହଜାରରୁ ଅଧିକ ପିଲା ପାଠ ପଢୁଛନ୍ତି । ଲକଡାଉନ ପରେ ବହି ଦୋକାନଗୁଡ଼ିକ ବନ୍ଦ ଥିବାରୁ ପିଲାଙ୍କ ପାଠ୍ୟପୁସ୍ତକ ମିଳୁନଥିଲା । ବହି ନ ଥବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଘରେ ପାଠ ପଢାଇ ପାରୁ ନ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking