30.1 C
Bhubaneswar
Thursday, April 25, 2024
Homeଓଡିଶା ସଫେଇ କର୍ମଚାରୀ ଓ ସ୍ୱୋର୍ଚ୍ଚ କର୍ମଚାରୀମାନଙ୍କୁ ମାକ୍ସ ଓ ବିଶୋଧନ ବଂଟନ

 ସଫେଇ କର୍ମଚାରୀ ଓ ସ୍ୱୋର୍ଚ୍ଚ କର୍ମଚାରୀମାନଙ୍କୁ ମାକ୍ସ ଓ ବିଶୋଧନ ବଂଟନ

ଯାଜପୁର : ବିଶ୍ୱରେ କରୋନା ଭୟାବହ ଦେଖା ଦେଇଛି । ଏହି ପରିପେକ୍ଷୀରେ ବ୍ୟାସନଗର ପୈାର ପରିଷଦ ଅଂଚଳର ପରିମଳକୁ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସଫେଇ ଓ ବିଷୋଧନ କାର୍ଯ୍ୟକୁ ଦ୍ୱରାନିତ କରିବା ନିମନ୍ତେ ସଫେଇ କର୍ମଚାରୀ ଓ ସ୍ୱୋର୍ଚ୍ଚ କମର୍ମଚାରୀ ମାନଙ୍କୁ ସେମାନଙ୍କର କତ୍ତବ୍ୟ ନିଷ୍ଠା ଓ ସମାଜସେବା ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ବଧେଇ ଜଣାଇବା ଜଣାଇଛନ୍ତି । ଆଜି ବ୍ୟାସନଗର ପୈାର ପରିଷଦ କାଯ୍ୟାଳୟ ଠାରେ ସମଗ୍ର ସହରରେ ସେମାନେ ନିଜ ଜୀବନକୁ ବିପନ୍ନ କରି ନାଳ ନର୍ଦ୍ଦମା , ରାସ୍ତାଘାଟ ସଫା କରିବା ସଙ୍ଗେ ସଙ୍ଗେ ବିଷୋଧିତ କରୁଥିବାରୁ ବିଭିନ୍ନ ଉପକରଣ ଯଥା ମାକ୍ସ , ବିଷୋଧକ ଓ ଖାଧ୍ୟ ବଂଟନ କରିଥିଲେ ଓ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ । ପୈାର ପରିଷଦର ପ୍ରଶାସକ ତଥା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଓ ପୈାର ପରିଷଦ ଅଧିକାରୀ ଶୁଭେନ୍ଦୁ କୁମାର ଜେନା , ପୈାର କର୍ମ୍ମଚାରୀ, ପୈାପରିଷଦ ସ୍ୱାସ୍ଥ୍ୟ ନିରିକ୍ଷକ ମାଣିକ ମହାପାତ୍ର କିଶୋର ରାଉତ ପ୍ରମୁଖ ଏହି କାର୍ଯ୍ୟ ସପାଦନ ବେଳେ ପୈାର ଉପସ୍ଥିତ ଥିଲେ । ବିଶେଷ କରି ବ୍ୟାସନଗର ସହରର ପରିମଳ ବ୍ୟବସ୍ଥାକୁ ସୁସ୍ଥ ଓ ସୁନ୍ଦର ରଖିବାପାଇଁ, ସାମାଜିକ ଦୂରତା ଓ ମାକ୍ସ ପିନ୍ଧିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ୧୩୦ଜଣ ପରିମଳ କର୍ମଚାରୀ ଓ ୨୩ଜଣ ସ୍ୱର୍ଚ୍ଛ ମହିଳା କମ୍ମୀ ଜିଲ୍ଲାପାଳଙ୍କ ଠାରୁ ଉପକରଣ ପାଇ ଆନନ୍ଦିତ ହୋଇଥିଲେ । ଏହି ଅବସରରେ କହ୍ନେଇପୁର ଅଂଚଳରେ ରହି ଟାଟା ଷ୍ଟିଲରେ କାର୍ଯ୍ୟ କରୁଥିବା ରମେଶ ସାହାଣି ଙ୍କ ୫ବର୍ଷର ଝିଅ ସାଇ ସ୍ମିତା ସାହାଣୀଙ୍କ କୁମ୍ପିରେ ରଖିଥିବା ସଂଚିତ ୨୫୦୦ ଟଙ୍କା ମୁଖ୍ୟ ମନ୍ତ୍ରୀ କରୋନା ରିଲିଫ ଫଣ୍ଡକୁ ଦେବା ନିମନ୍ତେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବାରୁ , ତାଙ୍କୁ ଭୁୟସି ପ୍ରଶଂସା କରାଯାଇଥିଲା । ଯାଜପୁର ଉପ ଜିଲ୍ଲାପାଳ  ନାରାୟଣ ଧଳ ଉପସ୍ଥିତ ଥିଲେ ପୈାର ପରିଷଦର ପ୍ରଶାସକ ତଥା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ  ସନ୍ତୋଷ କୁମାର ମିଶ୍ର ସହରର ଲକ ଡାଇନ ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରିବା ସହିତ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱର ସହିତ କାର୍ଯ୍ୟକାରୀ କରାଉଛନ୍ତି ଏଥିରେ ପୈାପରିଷଦ ସ୍ୱାସ୍ଥ୍ୟ ନିରିକ୍ଷକ ମାଣିକ ମହାପାତ୍ର ସହଯୋଗ କରୁଛନ୍ତି ।

ଦେଶରେ କରୋନା ଭୟାବହ ଦେଖା ଦେଇଥିବାବେଳେ ,ନେତାଙ୍କର ଦେଖାନାହିଁ 

ଏହି ବିପଦ ସମୟରେ ଜନ ପ୍ରତିନିଧିଙ୍କର ଦେଖାନାହିଁ । କରୋନା ପରିସ୍ଥିତି ରାଜ୍ୟରେ ଆତଙ୍କ ଖେଳାଇ ଥିବା ବେଳେ ଯାଜପୁର ଜିଲ୍ଲା ଏଥିରୁ ବାଦ ପଡିନାହିଁ । ଲକ ଡାଉନ ବ୍ୟବସ୍ଥା ଳୋକମାନଙ୍କୁ ଘାଇଲା କରିଥିବା ବେଳେ ସରକାରଙ୍କର ବିଭିନ୍ନ ଯୋଜନା ଜନସାଧାରଣଙ୍କ ନିକଟରେ ପହଂଚିବା ନିମନ୍ତେ ମୁଖ୍ୟ ମନ୍ତ୍ରୀ ନିର୍ନ୍ଦେଶ ଦେଇଛନ୍ତି । ଚିଲ୍ଲାପ୍ରଶାସନ ପୋଲିସ , ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ପଦାଧିକାରୀମାନେ ଏହି ଯୋଜନାକୁ ଲୋକମାନଙ୍କ ନିକଟରେ ପହଂଚାଇବା ନିନ୍ତେ ଲାଗିପଡିଥିବାରୁ ଅନେକ ସ୍ଥାନରେ କର୍ମଜିବୀମାନେ ବଂଚିତ ହେଉଛନ୍ତି । ସେମାଜଙ୍କର ସମସ୍ୟା ବୁଛିବା ନିମନ୍ତେ ରାଜନେତା ଓ ଜନ ପ୍ରତିନିଧିମାନେ ଦେଖାଯାଉ ନଥିବାରୁ ଜନ ଅସନ୍ତୋଷ ଦେଖା ଦେଉଛି । ଭୋଟବେଳେ ଜନସାଧାରଣଙ୍କ ନିକଟକୁ ଆସୁଥିବାବେଳେ , ଅସୁବିଧାବେଳେ ସେମାନଙ୍କ କଥା ବୁଛିବାକୁ ଆସୁନାହଁନ୍ତି । ଫଳରେ ଭୋଟ ମାଗିବା ପାଇଁ ଆସି କାକୁତିମିନତି ହେଉଥିବାବେଳେ ସେମାନଙ୍କର ଦେଖଶନାହିଁ ଏକରିକି ଫୋନକଲେ ଫୋନ ଉଠାଇ ନାହଁନ୍ତି । ଏପରିସ୍ଥଳେ ପ୍ରଭୁ ଜଗନ୍ନାଥ କେବଳ ଭରସା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking