33.1 C
Bhubaneswar
Monday, May 6, 2024
Homeଓଡିଶାଅଷ୍ଟ୍ରେଲିଆନ୍ ଓପନ୍‌ରୁ ଆଲ୍‌କାରାଜ ବାଦ୍

ଅଷ୍ଟ୍ରେଲିଆନ୍ ଓପନ୍‌ରୁ ଆଲ୍‌କାରାଜ ବାଦ୍

ମେଲ୍‌ବର୍ଣ୍ଣ : ଆସନ୍ତା ୧୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଏଠାରେ ଖେଳାଯିବାକୁ ଥିବା ସିଜନ୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ୍ ଓପନ୍‌ରୁ ବିଶ୍ୱର ଏକ ନମ୍ବର ପୁରୁଷ ଖେଳାଳି କାର୍ଲୋସ୍ ଆଲ୍‌କାରାଜ ବାଦ୍ ପଡ଼ିଛନ୍ତି । ଟ୍ରେନିଂ ସମୟରେ ଡାହାଣ ଗୋଡ଼ ମାଂସପେଶୀରେ ଆଘାତ ପାଇବା ଫଳରେ ସେ ଏପରି ନିଷ୍ପତ୍ତି ନେଇଥିବା ଶୁକ୍ରବାର ଟ୍ୱିଟ୍ଟର୍ ମାଧ୍ୟମରେ ସୂଚନା ଦେଇଛନ୍ତି । ୧୯ ବର୍ଷୀୟ ଆଲ୍‌କାରାଜ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ସେ କ୍ୟାରିୟର୍‌ର ଶ୍ରେଷ୍ଠ ଫର୍ମ ଦେଇ ଗତି କରୁଥିବାରୁ ଅଷ୍ଟ୍ରେଲିଆନ୍ ଓପନ୍‌ରେ ଭଲ ପ୍ରଦର୍ଶନ ପାଇଁ ଆଶା ରଖିଥିଲେ । ଏଥିସକାଶେ ସେ ପ୍ରାକ୍‌-ସିଜନ୍ ଟ୍ରେନିଂରେ ମଧ୍ୟ ଭଲ ପ୍ରସ୍ତୁତି କରିଥିଲେ । କିନ୍ତୁ ଦୁର୍ଭାଗ୍ୟଜନକ ସ୍ଥିତିରେ ତାଙ୍କୁ ସିଜନ୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଓପନ୍‌ରୁ ଓହରିବାକୁ ପଡ଼ିଛି । ତେବେ ୨୦୨୪ରେ ନିଶ୍ଚିତ ଭାବେ ପ୍ରଶଂସକମାନଙ୍କ ସହ ଭେଟ ହେବ ବୋଲି ଟ୍ୱିଟ୍ଟର୍‌ରେ ଆଲ୍‌କାରାଜ ଉଲ୍ଲେଖ କରିଛନ୍ତି । ଆଲ୍‌କାରାଜ ଗତ ବର୍ଷ ୟୁଏସ୍ ଓପନ୍‌ରେ ତାଙ୍କର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍ ଟାଇଟଲ୍ ହାସଲ କରିବା ସହ ପୁରୁଷ ଖେଳାଳିଙ୍କ ମଧ୍ୟରେ ବିଶ୍ୱର ଏକ ନମ୍ବର ଖେଳାଳି ହେବାରେ ସର୍ବକନିଷ୍ଠ ହୋଇଥିଲେ । ଗତବର୍ଷ ପ୍ୟାରିସ୍ ମାଷ୍ଟର୍ସରେ ତଳିପେଟରେ ଆଘାତ ପାଇବା ଫଳରେ ଆଲ୍‌କାରାଜ୍‌ଙ୍କୁ ଏଟିପି ଫାଇନାଲ୍ସ ସହ ଡେଭିସ୍ କପ୍ ମ୍ୟାଚ୍‌ରୁ ଓହରିବାକୁ ପଡ଼ିଥିଲା । ଏହାପରେ ସେ ସମ୍ପୂର୍ଣ୍ଣ ଫିଟ୍‌ନେସ୍ ହାସଲ କରିବା ସ୍ଥିତିରେ ପହଞ୍ଚିଥିଲେ ହେଁ ପୁଣିଥରେ ଆହତ ହୋଇଥିବା ଆଲ୍‌କାରାଜ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking