30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଏସିଆନ୍ ଇନ୍‌ଡୋର୍ ଆଥଲେଟିକ୍ସ ପାଇଁ ଭାରତୀୟ ଦଳ ଘୋଷିତ

ଏସିଆନ୍ ଇନ୍‌ଡୋର୍ ଆଥଲେଟିକ୍ସ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ : ଆସନ୍ତା ଫେବୃଆରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ କଜାଖ୍‌ସ୍ତାନର ଅସ୍ତାନାଠାରେ ହେବାକୁ ଥିବା ଦଶମ ଏସିଆନ୍ ଇନ୍‌ଡୋର୍ ଆଥଲେଟିକ୍ସ ଚାମ୍ପିଅନ୍‌ଶିପ୍ ପାଇଁ ଶନିବାର ଭାରତୀୟ ଆଥଲେଟିକ୍ସ ମହାସଂଘ (ଏଏଫ୍‌ଆଇ) ପକ୍ଷରୁ ଏକ ୨୬ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ୧୩ ଜଣ ଲେଖାଏଁ ପୁରୁଷ ଓ ମହିଳା ଆଥଲେଟ୍ ସ୍ଥାନ ପାଇଛନ୍ତି । ଏମାନଙ୍କ ମଧ୍ୟରେ ୨୦୨୦ ଟୋକିଓ ଅଲିମ୍ପିଆନ୍ ତାଜିନ୍ଦରପାଲ୍ ସିଂହ ତୁର୍ ଓ ୧୦୦ ମିଟର ହଡର୍ଲ୍ସରେ ଜାତୀୟ ରେକର୍ଡଧାରୀ ଜ୍ୟୋତି ୟାରାଜି ସାମିଲ୍ ଅଛନ୍ତି । ପ୍ରତିଯୋଗୀମାନଙ୍କୁ ଗତ ବର୍ଷ ଅନୁଷ୍ଠିତ ୩୬ତମ ନାସନାଲ୍ ଗେମ୍ସ ଓ ନାସନାଲ୍ ଓପନ୍ ଆଥଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ପ୍ରଦର୍ଶନ ଆଧାରରେ ଚୟନ କରାଯାଇଛି ଓ ସେମାନେ ଆଗାମୀ ଇଭେଣ୍ଟ୍‌ରେ ସଫଳତା ପାଇବେ ବୋଲି ଏଏଫ୍‌ଆଇ ସଭାପତି ଆଦିଲ୍ ସୁମାରିୱାଲା କହିଛନ୍ତି । ସୂଚନାଯୋଗ୍ୟ ଯେ ଉପରୋକ୍ତ ପ୍ରତିଯୋଗିତାର ଅନ୍ତିମ ସଂସ୍କରଣରେ ଭାରତ ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ୍ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking