31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶକୁହାଯାଉଛି ଅଲକାଏଦା ନେତା ଜୱାହିରି ଜୀବିତ

କୁହାଯାଉଛି ଅଲକାଏଦା ନେତା ଜୱାହିରି ଜୀବିତ

ଲଣ୍ଡନ: ଓସାମା ବିନ୍ ଲାଡେନ୍‌ର ମୃତ୍ୟୁପରେ ଅଲକାଏଦା ଆତଙ୍କବାଦୀ ସଂଗଠନର ନେତୃତ୍ୱ ନେଇଥିବା ଐମନ୍ ଅଲ୍‌-ଜୱାହିରି ଜୀବିତ ଥିବା ଜଣାପଡିଛି । ସେପ୍ଟେମ୍ବର ୧୧ରେ ଆମେରିକା ଉପରେ ଅଲକାଏଦା ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜୱାହିରି ଭାଷଣ ଦେଉଥିବାର ଏକ ଭିଡିଓ ଜାରି କରାଯାଇଛି । ୬୦ ମିନିଟର ଏହି ଭିଡିଓକୁ ଅଲକାଏଦାର ପ୍ରସାର ଦାୟିତ୍ୱ ବହନ କରୁଥିବା ଆସ୍‌-ସହାବ୍ ସଂଗଠନ ପକ୍ଷରୁ ରିଲିଜ୍ କରାଯାଇଛି । ଏହି ଭିଡିଓ ବାର୍ତ୍ତାର ଶୀର୍ଷକ ‘ଜେରୁଜେଲମ ଇହୁଦୀଙ୍କ ନିୟନ୍ତ୍ରଣରେ ରହିବ ନାହିଁ’ ରଖାଯାଇଥିଲା । ୨୦୧୧ରେ ଆମେରିକୀୟ କମାଣ୍ଡୋଙ୍କ ଦ୍ୱାରା ଲାଡେନ୍ ନିହତ ହେବାପରଠାରୁ ଜୱାହିରି ଅଲକାଏଦା ସଂଗଠନର ନେତୃତ୍ୱ ନେଇଆସୁଛି । ୨୦୦୧ ପରଠାରୁ ଆଫଗାନିସ୍ତାନରେ ଆମେରିକା ଆକ୍ରମଣ ଜାରି ରଖିଥିବାବେଳେ ଅସୁସ୍ଥତା ଯୋଗୁଁ ଜୱାହିରି ପ୍ରାଣ ହରାଇଛି ବୋଲି କିଛି ବର୍ଷ ପୂର୍ବେ ସମ୍ବାଦ ପ୍ରସାରିତ ହୋଇଥିଲା । ତେବେ ଏହାର ସତ୍ୟତା ନେଇ କୌଣସି ସଠିକ୍ ପ୍ରମାଣ ମିଳିନଥିଲା । ଜୱାହିରି ଅଧିକାଂଶ ସମୟ ଅଣ୍ଡର ଗ୍ରାଉଣ୍ଡ ରହୁଥିବାବେଳେ ଆମେରିକା ଓ ପାଶ୍ଚାତ୍ୟ ସହଯୋଗୀ ରାଷ୍ଟ୍ରଗୁଡିକ ତା’ର ମୃତ୍ୟୁ ସମ୍ବାଦକୁ ସତ ବୋଲି ଏକପ୍ରକାର ଗ୍ରହଣ କରିନେଇଥିଲେ । ବର୍ତ୍ତମାନ ସାନି ଭିଡିଓ ସାର୍ବଜନୀନ ହେବାପରେ ଜୱାହିରିର ମୃତ୍ୟୁ ସମ୍ବାଦ ଏକ ଗୁଜବ ଥିଲା ବୋଲି ବିଶ୍ୱ ମାନବାକୁ ବାଧ୍ୟ ହୋଇଛି । ଏହି ଭିଡିଓରେ ଜୱାହିରି ଅଲକାଏଦା ସଂଗଠନର ଭବିଷ୍ୟତ କ’ଣ ହେବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବାବେଳେ ଆମେରିକା ବିପକ୍ଷରେ ଲଢେଇ କରି ପ୍ରାଣ ହରାଇଥିବା ୧୯ ତୁଙ୍ଗ ଅଲକାଏଦା ଯୋଦ୍ଧାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking