26.1 C
Bhubaneswar
Friday, May 10, 2024
Homeଓଡିଶାଆନନ୍ଦାଶ୍ରମରେ ଖୁସି ବାଂଟିଲେ ଆକାଶ..

ଆନନ୍ଦାଶ୍ରମରେ ଖୁସି ବାଂଟିଲେ ଆକାଶ..

ଭୁବନେଶ୍ୱର : ସ୍କୁଲ କଲେଜ ବନ୍ଦ । କରୋନା ଛଡାଇନେଇଛି ପିଲାଙ୍କ ମୁହଁରୁ ହସ । ବାହାରକୁ ବାହାରିବାର ଅବକାଶ ନାହିଁ । ସଭିଏଁ ଜୀଉଁଛନ୍ତି ଗୃହବନ୍ଦୀର ଜୀବନ । ଏମିତି ଏକ ସଙ୍କଟପୂର୍ଣ୍ଣ ସମୟରେ ପିଲାଙ୍କ ମୁହଁରେ ହସ ବାଂଟିବା ପାଇଁ ଆଗେଇ
ଆସିଛନ୍ତି ଅଭିନେତା ତଥା ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ ।
ଡମଣାଛକ ସ୍ଥିତ ଶ୍ରୀମା ଆନନ୍ଦଆଶ୍ରମର କୁନି କୁନି ପିଲାଙ୍କ ସହ ଭିଡିଓ କଲ୍ ମାଧ୍ୟମରେ ସେ ବାର୍ତାବିନିମୟ କରିବା ସହିତ ସେମାନଙ୍କ ସହ ନିଜର ଖୁସୀ ବାଂଟିଛନ୍ତି । ଭିଡିଓ କଲ୍ ମାଧ୍ୟମରେ ହେଉ ପଛେ ନିଜର ପ୍ରିୟ ଅଭିନେତାଙ୍କୁ ପାଖରେ ପାଇ ପିଲାଙ୍କ ଖୁସୀ କହିଲେ ନସରେ । ଏହି ଅବସରରେ ପିଲାମାନଙ୍କୁ ନିଜ ଜୀବନର ଛୋଟ ଛୋଟ ଘଟଣା ଓ ଅନୁଭୂତି ସହିତ ତାଙ୍କ ବାସ୍ତବ ଜୀବନର ନାୟକ ସହିଦ ଭଗତ ସିଂହଙ୍କ ବଳିଦାନର କାହାଣୀ ଶୁଣାଇଥିଲେ ଆକାଶ, ଯାହା ପିଲାମାନଙ୍କୁ ବିଶେଷ ଭାବେ ଅନୁପ୍ରାଣିତ କରିଥିଲା । ପିଲାମାନେ ଆଗ୍ରହର ସହିତ ଆକାଶଙ୍କଠାରୁ କାହାଣୀ ଶୁଣିଥିଲେ ଏବଂ ସେ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ
ପଚାରିଥିଲେ । ପିଲାମାନଙ୍କ ସବୁ ପ୍ରଶ୍ନର ଉତର ଦେବା ସହ ସେମାନଙ୍କ ମନର କୌତୂହଳ ଦୂର କରିଥିଲେ ଆକାଶ । ଗପ ପରେ ଆରମ୍ଭ ହୋଇଥିଲା ଗୀତପର୍ଯ୍ୟାୟ । କୁନି କଣ୍ଠର ଗୀତରେ ଉଚ୍ଛୁଳି ଉଠିଥିଲା ଆନନ୍ଦାଶ୍ରମର ପରିସର ।

ପିଲାମାନେ ଗୀତ ଗାଇ ଶୁଣାଇବା ସହ ପିଲାଙ୍କ ଅନୁରୋଧରେ ଆକାଶ ମଧ୍ୟ ଗୀତ ଗାଇଥିଲେ ଏବଂ ସେମାନଙ୍କ ସ୍ୱରରେ ସ୍ୱର ମିଳାଇଥିଲେ । ଦୀର୍ଘ ଦୁଇଘଂଟା ଧରି ଚାଲିଥିଲା ‘ଟିମ୍ ଆକାଶ’ ପକ୍ଷରୁ ଆୟୋଜିତ ‘ତୁମ ପାଇଁ ଆକାଶ ଭାଇ’ କାର୍ଯ୍ୟକ୍ରମ । ନାଚ ଗୀତ ହସ ଖୁସୀର ଆସର ସାଙ୍ଗକୁ ହାଲକା ମନୋରଞ୍ଜନ । ତା’ ସହିତ ପୁଣି ଉପାଦେୟ ତଥା ଶିକ୍ଷଣୀୟ ଆଲୋଚନା ଏବଂ ପ୍ରଶ୍ନୋତର ।
ପିଲାମାନଙ୍କ ସହ ବିତାଇଥିବା ଏହି ସୁମଧୁର ମୁହୂର୍ତକୁ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ ବୋଲି ଆକାଶ କହିଥିଲେ । ଏଥି ସହିତ ସେ ପିଲାମାନଙ୍କୁ ଧନ୍ୟବାଦଦେବା ସହ କୋଭିଡ-୧୯ ପରିସ୍ଥିତିରେ ସୁଧାର ଆସିବା ପରେ ପିଲାଙ୍କ ପାଖକୁିଶ୍ଚୟ ଆସିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ‘ଟିମ୍ ଆକାଶ’ ପକ୍ଷରୁ ପିଲାମାନଙ୍କୁ ମିଷ୍ଟାନ୍ନ ଏବଂ ଖେଳନା ବଂଟାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking