ରୋହିତ ଶର୍ମା ଦଳରେ ସାମିଲ

ନୂଆଦିଲ୍ଲୀ: ଭାରତୀୟ ଦଳରେ ସାମିଲ ହୋଇଛନ୍ତି ରୋହିତ ଶର୍ମା । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ରୋହିତ ଶର୍ମା । ପୂର୍ବରୁ ଚୟନ ହୋଇଥିବା ଦଳରୁ ବାଦ ପଡିଥିଲେ ରୋହିତ । ବିରାଟ କୋହଲିଙ୍କୁ ପିତୃତ୍ୱ ଛୁଟି ମଂଜୁର କରିଛି ବିସିସିଆଇ । ପ୍ରଥମ ଟେଷ୍ଟ ପରେ ଘରକୁ ଫେରି ଆସିବେ କୋହଲି । ଦିନିକିଆ ପାଇଁ ଅତିରିକ୍ତ ୱିକେଟ କିପର ଭାବେ ସଂଜୁ ସାମସନ ସାମିଲ ହୋଇଛନ୍ତି । ଜାନୁଆରୀ ଆରମ୍ଭରେ ଏହି ଦମ୍ପତି ପ୍ରଥମ ସନ୍ତାନକୁ ସ୍ୱାଗତ କରୁଥିବାରୁ କୋହଲି ଅଷ୍ଟ୍ରେଲିଆରେ ତିନୋଟି ଟେଷ୍ଟ ମ୍ୟାଚ୍ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ରହିବେ।
ଭାରତର ଅଷ୍ଟ୍ରେଲିଆ ଗସ୍ତରେ ତିନୋଟି ଦିନିକିଆ ରହିଥିବା ବେଳେ ଟି -20 ଆନ୍ତର୍ଜାତୀୟ ଏବଂ ଚାରିଟି ଟେଷ୍ଟ ରହିଛି । ନଭେମ୍ବର 27 ରୁ ଆରମ୍ଭ ହେବ । ଡିସେମ୍ବର 17 ରେ ଆଡିଲେଡରେ ଆରମ୍ଭ ହେବ ଟେଷ୍ଟ ।

LEAVE A REPLY

Please enter your comment!
Please enter your name here