39.1 C
Bhubaneswar
Friday, April 26, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଭଲ ସମୟ ସମସ୍ତଙ୍କ ପାଇଁ ଆସେ,ଅପେକ୍ଷା କରିବା ହିଁ ମୂଳ ଚାବିକାଠି ,ଇଶ୍ବରଙ୍କ ଦରବାରରେ କାହା ପାଇଁ ଅନ୍ୟାୟ ହୁଏନାହିଁ ଏହି ମର୍ମକୁ ବୁଝିପାରି ଜୀବନ ପଥରେ ଆଗେଇବା ଉଚିତ ll
ପବିତ୍ରତା ସତ୍ୟ ଓ ବିଶ୍ବାସ ଏବଂ ଉତ୍ତମମାତ୍ରାରେ ପୁର୍ଣ୍ଣମନୁଷ୍ୟ ଉନ୍ନତି ଧ୍ବଜା ହାତରେ ଧରି ଯେତେବଳେ ବଢି ଚାଲିବ ସେତେବେଳେ କେହି ତାର ପଥରୋଧ କରିପାରିବ ନାହିଁ ll
କଥା କହିବାର ଶୈଳି ଏମିତି ରଖ ଯେ ଅନ୍ୟମାନେ ତୁମ କଥା ଶୁଣିବାକୁ ବ୍ୟାକୁଳ ହେବେ ,କଥା ଶୁଣିବାର ଶୈଳି ଏମିତି ରଖ ଯେ ଅନ୍ୟମାନେ ତୁମକୁ ପ୍ରତ୍ୟହ ତୁମ କଥା କହିବେ ।।
ଜୀବନର ରାସ୍ତାରେ ଚାଲିବାକୁ ହେଲେ କେତେ ଘାତ ପ୍ରତିଘାତ ସହି ଆଗକୁ ବଢିବାକୁ ପଡିବ , ସମସ୍ୟା ଜୀବନର ଶେଷ ନୁହଁ ସେଇଠୁ ଏକ ନୂଆ ଜୀବନର ଆରମ୍ଭ ହୁଏ ଖାଲି ଧର୍ଯ୍ୟ ଧରିବା ଅବଶ୍ୟକ ll
ଶୀତ ସକାଳର କୁହୁଡି ବି ଆମକୁ ଏକ ଶିକ୍ଷା ଦିଏ ,ରାସ୍ତା ଯେତିକି ପର୍ଯ୍ୟନ୍ତ ଦେଖା ଯାଉଛି କିଛି ଚିନ୍ତାନକରି ସେତିକି ଯାଅ ସେଠି ପହଞ୍ଚିବା ପରେ ରାସ୍ତା ଆପେ ଆପେ ଦେଖାଯିବ ll
ଅନ୍ୟ ଉପରେ ନିର୍ଭର କରୁଥିବା ମଣିଷ ସର୍ବଦା ସୁଖରେ ରହିପାରେ ନାହିଁ ||

🌹🌼👉ମହାବୀର ପଞ୍ଜିକା👈🌼🌹
✧═════•❁❀❁•═════✧ May 24, 2023
ଅଦ୍ୟ ମଇ ମାସ ୨୪ ତାରିଖ ୨୦୨୩ ମସିହା(ବୁଧବାର)

ଶକାବ୍ଦ -୧୯୪୪

ସମ୍ବତ -୨୦୮୦

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-ଅନଳ

ଜ୍ୟେଷ୍ଠ ମାସ-ଶୁକ୍ଳପକ୍ଷ

ତିଥି- ପଞ୍ଚମୀ ରାତ୍ରି ଘ୦୩/୦୨ ପର୍ୟ୍ୟନ୍ତ ତଦନ୍ତେ ଷଷ୍ଠୀ

ନକ୍ଷତ୍ର- ପୁନର୍ବସୁ ଦିବା ଘ୦୩/୪୬ ପର୍ୟ୍ୟନ୍ତ ତଦନ୍ତେ ପୂଷ୍ୟା

ଚନ୍ଦ୍ର- ମିଥୁନ ଦିବା ଘ୦୯/୦୬ ପର୍ୟ୍ୟନ୍ତ ତଦନ୍ତେ କର୍କଟ

ଯୋଗ- ଗଣ୍ଡ

କରଣ – ବବ

ସୌରମାସ- ବୃଷ ୧୦ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୫୧

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୫୧

*✧═════•❁❀

ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୩/୦୨ ପର୍ୟ୍ୟନ୍ତ ତଦନ୍ତେ ପଶ୍ଚିମେ

କର୍କଟ ରାଶିର ଘାତବାର

ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

✧═════•❁❀❁•═══

କାଳବେଳା -ଘ୦୮/୨୫ଗତେ ଘ୧୦/୦୨ ମଧ୍ୟେ

ବାରବେଳା – ଘ୧୧/୪୦ଗତେ ଘ୦୧/୧୬ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୩୭ ଗତେ ଘ୦୮/୨୪ ମଧ୍ୟେ ଓ ଘ୦୧/୧୭ ଗତେ ଘ୦୪/୨୫ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି

═✧*══•❁❀❁•═════✧

ଅଦ୍ୟ ବେଲ ଭକ୍ଷଣ ନିଷେଧ

═✧══•❁❀❁•═════✧

ଡ:ବାୟୁନନ୍ଦନ ମିଶ୍ର

ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର

ଅଦୃଶ୍ୟଶକ୍ତି ଭବନ

ଇଟାମୁଣ୍ଡଳୀ, ହଳଦିଆ, କଟକ-୭୫୪୨୦୭

ମୋବାଇଲ-9437064130

www.adrushyashaktiastro.com

✧═════•❁❀❁•═════✧

🌼🌹꧁ ଆଜିର ରାଶିଫଳ꧂🌹🌼

✧═════•❁❀❁•═════✧

🌹ମେଷ🌹👉: ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ।

✧═════•❁❀❁•═════✧

🌹ବୃଷ🌹👉: ଆଜି ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ର ପାତ୍ର ହେବ । ଦେବଦର୍ଶନର ସୁଯୋଗ ପାଇବେ।

✧═════•❁❀❁•═════✧

🌹ମିଥୁନ🌹👉: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବ୍ୟବସାୟରେ ବଡଲାଭ ହାତରେ ଲାଗିପାରେ।

✧═════•❁❀❁•═════✧

🌹କର୍କଟ🌹👉: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।

✧═════•❁❀❁•═════✧

🌹ସି˚ହ🌹👉: ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। ନୂଆ କାମ ଆରମ୍ଭ କରିବା ଓ କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ।

✧═════•❁❀❁•═════✧

🌹କନ୍ୟା🌹👉: ଆପଣଙ୍କ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ଆସିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।

✧═════•❁❀❁•═════✧

🌹ତୁଳା🌹👉: ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।

✧═════•❁❀❁•═════✧

🌹ବିଛା🌹👉: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।

✧═════•❁❀❁•═════✧

🌹ଧନୁ🌹👉: ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।

✧═════•❁❀❁•═════✧

🌹ମକର🌹👉: ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।

✧═════•❁❀❁•═════✧

🌹କୁମ୍ଭ🌹👉: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।

✧═════•❁❀❁•═════✧

🌹ମୀନ🌹👉: ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ।ଦାମ୍ପତ୍ୟ ଜୀବନ ମଧୂର ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking