39.1 C
Bhubaneswar
Friday, April 26, 2024
Homeବଲିଉଡକାର୍‌ ଦୁର୍ଘଟଣାରେ ‘ସାରାଭାଈ ଭର୍ସେସ୍‌ ସାରାଭାଈ’ର ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ

କାର୍‌ ଦୁର୍ଘଟଣାରେ ‘ସାରାଭାଈ ଭର୍ସେସ୍‌ ସାରାଭାଈ’ର ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ

ମୁମ୍ବାଇ: କାର୍‌ ଦୁର୍ଘଟଣା ଯୋଗୁଁ ଲୋକପ୍ରିୟ ଟେଲିଭିଜନ୍‌ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଥିବା କଥା ଟେଲିଭିଜନ୍‌ ସୋ’ ‘ସାରାଭାଈ ଭର୍ସେସ୍‌ ସାରାଭାଈ’ର ‌ପ୍ରଯୋଜକ ଜେ. ଡି. ମଜେଠିୟା ସୁନିଶ୍ଚିତ କରିଛନ୍ତି। ‘ସାରାଭାଈ ଭର୍ସେସ୍‌ ସାରାଭାଈ’ରେ ବୈଭବୀ ଜାସ୍ମିନ୍‌ ଚରିତ୍ରରେ ଅଭିନୟ କରି ଅତ୍ୟନ୍ତ ଲୋକପ୍ରିୟ ‌ହୋଇଯାଇଥିଲେ। ଭ୍ରମଣପ୍ରିୟା ବୈଭବୀ ଭାବୀ ସ୍ବାମୀଙ୍କ ସହିତ ହିମାଚଳ ପ୍ରଦେଶରେ ଭ୍ରମଣ କରୁଥିବା ବେଳେ ସେମାନଙ୍କ କାର୍‌ ଗୋଟାଏ ପାହାଡ଼ ଉପତ୍ୟକାରୁ ଖସିପଡ଼ିବାରୁ ଉଭୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସଂଗୃହୀତ ସୂଚନା ଅନୁସାରେ, ମଙ୍ଗଳବାର ପ୍ରତ୍ୟୁଷରେ ମୃତ୍ୟୁବରଣ କରିଥିବା ୩୨ ବର୍ଷୀୟ ବୈଭବୀଙ୍କ ଶବ ମୁମ୍ବାଇକୁ ଆଣିବା ଲାଗି ତାଙ୍କ ପରିବାର ଚଣ୍ଡୀଗଡ଼ ଯାଇଥିଲେ।

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ‘ସାରାଭାଈ ଭର୍ସେସ୍‌ ସାରାଭାଈ ଟେକ୍‌ ୨’ରେ ତାଙ୍କ ସହିତ କାର୍ଯ୍ୟ କରୁଥିବା ପ୍ରଯୋଜକ ତଥା ଅଭିନେତା ଜେ. ଡି. ମଜେଠିୟା ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ଲେଖିଛନ୍ତି, ଜୀବନ ‌ଏମିତି ଅପ୍ରତ୍ୟାଶିତ ବୋଲି ବିଶ୍ବାସ କରି ହେଉନାହିଁ। ‘ସାରାଭାଈ ଭର୍ସେସ୍‌ ସାରାଭାଈ’ରେ ‘ଜାସ୍ମିନ୍‌’ ଚରିତ୍ର ଭାବେ ସୁପରିଚିତା ଜଣେ ସୁନିପୁଣା ଅଭିନେତ୍ରୀ ତଥା ପ୍ରିୟ ବାନ୍ଧବୀ ବୈଭବୀ ଉପାଧ୍ୟାୟଙ୍କର ଦେହାନ୍ତ ଘଟିଛି। ଉତ୍ତର ଭାରତରେ ସେ ଦୁର୍ଘଟଣାରେ ସମ୍ମୁଖନୀ ହୋଇଥିଲେ ଏବଂ ଆଗାମୀକାଲି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ‌ଶେଷକୃତ୍ୟ ନିମନ୍ତେ ତାଙ୍କ ପରିବାର ତାଙ୍କ ପାର୍ଥିବ ଶରୀରକୁ ମୁମ୍ବାଇ ଆଣିବେ। ଶାନ୍ତିର ବିଶ୍ରାମ କର ବୈଭବୀ। ‘ସାରାଭାଈ ଭର୍ସେସ୍‌ ସାରାଭାଈ’ ବ୍ୟତୀତ ବୈଭବୀ ‘କ୍ୟା କଶୁର୍‌ ହୈ ଅମ୍‌ଲା କା’, ଡିଜିଟାଲ୍‌ ସିରିଜ୍‌ ‘ପ୍ଲିଜ୍‌ ଫାଇଣ୍ଡ୍‌ ଆଟାଚ୍‌ଡ୍‌’, ଦୀପିକା ପାଦୁକୋନ୍‌ଙ୍କ ‘ଛପାକ୍‌’ ଏବଂ ୨୦୨୩ ଚଳଚ୍ଚିତ୍ର ‘ତିମିର’ରେ ମଧ୍ୟ ସେ ଅଭିନୟ କରିଛନ୍ତି। ଗୁଜରାଟୀ ଥିଏଟର୍‌ ସମାଜରେ ତାଙ୍କର ଖୁବ୍‌ ସୁନାମ ଅଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking