34.1 C
Bhubaneswar
Wednesday, May 1, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଦୁନିଆରେ ଏମିତି କେହି ନାହିଁ ଯିଏ ଛାତିରେ ହାତ ରଖି କହିପରିବ କି•• ମୋର ଖରାପ ସମୟ ଆସିବ ନାହିଁ
ତେଣୁ କାହାର ଖରାପ ସମୟ ଦେଖି ପରାହାସ କରିବା
ଉଚିତ୍ ନୁହେଁ କାରଣ ସମୟ ବଦଳିବାକୁ କାହାର *ଅନୁମତି ନେଇନଥାଏ ସମୟ ହିଁ ସବୁଠାରୁ ବଳବାନl l
ସମୁଦ୍ର ମଧ୍ୟରେ ଯାତ୍ରୀଯେପରି କୂଳକିନାରା ନପାଇ ତା’ର ନିର୍ଦିଷ୍ଟ ଦିଗ ଅସ୍ଥିରତା ମଧ୍ୟରେ ସ୍ଥିରକରେ ସେହିପରି ମନୁଷ୍ୟ ଜୀବନ ସମୁଦ୍ରରେ ଗତି କରୁଥାଏ ମାତ୍ର ତତ୍ ସହ ଜଡ଼ିତ ମନୁଷ୍ୟ ସଫଳତାର ଦିଗ ସ୍ଥିର ଧୈର୍ଯ୍ୟର ସହ ନିଶ୍ଚିତ କରିଥାଏ ଓ ଲକ୍ଷ୍ୟ ହାସଲ କରେ ଯାହାକି ସତ୍ୟ ଚିରନ୍ତନ।କେତେକ ମଣିଷ ତଡିତବେଗରେ କ୍ରିୟା-ପ୍ରତିକ୍ରିୟା‌ ଅତ୍ୟଧିକ ଚିନ୍ତା କରିଥାନ୍ତି ତ ଆଉ କେତେଜଣ ଧିରସ୍ଥିରହୋଇ ଚିନ୍ତା କରନ୍ତି କିଛି ଜଣ ଚର୍ତ୍ତୁଦିଗକୁ ନଚାହିଁ କାର୍ଯ୍ୟ କରିଚାଲନ୍ତି।ଆପଣ ମତି-ଗତି ମଧ୍ୟରେ ଧୈର୍ଯ୍ୟର ସମନ୍ୱୟ ରଖନ୍ତୁ ସବୁ ଠିକ୍ ହୋଇଯିବ।

ଅଦ୍ୟ ମଇ ମାସ ୦୫ ତାରିଖ ୨୦୨୩ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୪
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୦
ସମ୍ବତ୍ସର-ଅନଳ
ବୈଶାଖ ମାସ-ଶୁକ୍ଳପକ୍ଷ
ତିଥି- ପୁର୍ଣିମା ରାତ୍ରି ଘ୧୦/୫୮ ପର୍ୟ୍ୟନ୍ତ ତଦନ୍ତେ ପ୍ରତିପଦ
ନକ୍ଷତ୍ର- ସ୍ଵାତୀ ରାତ୍ରି ଘ୧୦/୧୨ ପର୍ୟ୍ୟନ୍ତ ତଦନ୍ତେ ବିଶାଖା
ଚନ୍ଦ୍ର-ତୁଳା
ଯୋଗ- ଅଶୃକ
କରଣ – ବିଷ୍ଟି
ସୌରମାସ- ମେଷ ୨୨ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୦/୪୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୫୯
*✧═════•❁❀
ଯୋଗିନୀ ବୟବ୍ୟେ ରାତ୍ରି ଘ୧୦/୫୯ ପର୍ୟ୍ୟନ୍ତ ତଦନ୍ତେ ପୂର୍ବେ
ବିଛା,ଧନୁ ଓ ମୀନ ରାଶିର ଘାତବାର
ପୂର୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୮/୨୭ ଗତେ ଘ୧୧/୪୫ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୫୫ ମଧ୍ୟେ ଓ ଘ୦୭/୪୨ ଗତେ ଘ୦୮/୨୬ ମଧ୍ୟେ ଓ ଘ୦୨/୦୬ ଗତେ ଘ୦୩/୪୩ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୩୨ ଗତେ ଘ୦୫/୧୮ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ଆମିଷ ଭକ୍ଷଣ ନିଷେଧ
═✧══•❁❀❁•═════

✧═════•❁❀❁•═════✧
ଆଜି ରାଶିଫଳ
✧═════•❁❀❁•═════✧
🌹ମେଷ🌹👉:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।
✧═════•❁❀❁•═════✧

🌹ବୃଷ🌹👉:-ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।

✧═════•❁❀❁•═════✧
🌹ମିଥୁନ🌹👉:-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।

✧═════•❁❀❁•═════✧
🌹କର୍କଟ🌹👉:-ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।

✧═════•❁❀❁•═════✧
🌹ସିଂହ🌹👉:-ଆଜି ବ୍ୟୟବୃଦ୍ଧି ଓ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ସନ୍ତୋଷଜନକ ଫଳ ପାଇବେ।

✧═════•❁❀❁•═════✧
🌹କନ୍ୟା 🌹👉:-ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ । ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।ଆଜି ଦିନଟି ଦେହଭଲ ରହିବା ସହିତ ମନ ଆନନ୍ଦିତ ରହିବ।

✧═════•❁❀❁•═════✧
🌹ତୁଳା🌹👉:-ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ହସ୍ତା ନକ୍ଷତ୍ର ସକାଶେ ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।

✧═════•❁❀❁•═════✧
🌹ବିଛା🌹👉:-ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।

✧═════•❁❀❁•═════✧
🌹ଧନୁ🌹👉:-ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ଉତ୍ତରାଷାଢ଼ା ନକ୍ଷତ୍ର ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।

✧═════•❁❀❁•═════✧
🌹ମକର🌹👉:-ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।
✧═════•❁❀❁•═════✧

🌹କୁମ୍ଭ🌹👉:-ଆଜି ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ, ଆନୁଷ୍ଠାନିକ କାମରେ, ନୃତ୍ୟ ଓ ସଙ୍ଗୀତରେ ମଜ୍ଜି ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ। ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାମକରିବା ଭଲ ହେବ।

✧═════•❁❀❁•═════✧
🌹ମୀନ🌹👉:-ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି। ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking