25.1 C
Bhubaneswar
Thursday, May 9, 2024
Homeଓଡିଶାଆଜିର ଅନୁଚିନ୍ତା _

ଆଜିର ଅନୁଚିନ୍ତା _

📝ମନୁଷ୍ୟ ଜନମ ନୁହଁଇ କେବଳ
ମୁଁ ଆଉ ମୋ’ ପରିବାର,
ପର ଉପକାର ଜୀବନେ କରିଲେ
ସମାଜେ ମିଳେ ଆଦର ।

📝 ଚାରୋଟି ଲୋକଙ୍କ ସହିତ ବିବାଦ କର ନାହିଁ…..
ମୁର୍ଖଙ୍କ ସହିତ, ପାଗଳ ସହିତ, ଗୁରୁଙ୍କ ସହିତ ଓ ପିତା ମାତାଙ୍କ ସହିତ……।

📝 ସବୁବେଳେ ଭାଗ୍ୟ ଉପରେ ଭରସା ଏବଂ ବିଶ୍ଵାସ ରଖିବା ଉଚିତ୍ ନୁହେଁ ।

📝 ସଫଳ ବ୍ୟକ୍ତି ନିଜ Decisions ରେ ଦୁନିଆଁ ବଦଳାଇ ଦେଇଥାଏ , ଅସଫଳ ବ୍ୟକ୍ତି ଦୁନିଆଁ ଡରରେ ନିଜ Decision ବଦଳାଇ ଦିଏ ।

ଅଦ୍ଯ ଧନୁ ଦି୨୭ନ,ଚତୁର୍ଥୀ ଦ୨୦।୪୫ ଦିଘ ୨।୪୫,ମଘା ଦ୧୫।୩୮ ଦିଘ୧୨।୪୨,ସିଂହ ଚନ୍ଦ୍ର ଦ୬୦ ନିଶାନ୍ତ।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ଧନୁ ଦ୪/୪୦/୫୦ ଇଂଘ ୬/୨୭/୧୯ ଗତେ ଉଦୟ।
*ମିଥୁନ ଦ୪/୫୮/୨୦ ଇଂଘ ୫/୨୦/୪୨ ଗତେ ଅସ୍ତ
ଯୋଗିନୀ ନୈରୃତେ । ଦିବା ଘ୨।୪୫ ଗତେ ଦକ୍ଷିଣେ ।ଦିବା ଘ୨।୪୫ ଗତେ ଯାତ୍ରା ଶୁଭ ଓ ଦେବତାଗଠନ,ନୌକାଗଠନ ଓ ଚାଳନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୨।୪୨ ଗତେ ଉତ୍ତରାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ଵିନୀ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଏ ନକ୍ଷତ୍ରମାନଙ୍କର ତାରା ଶୁଦ୍ଧି। କର୍କଟ ଓ ମକର ରାଶିମାନଙ୍କର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର । ଦିବା ଘ୯।୯ ଗତେ ଘ୧୦।୩୦ ମଧ୍ୟେ କାଳବେଳା । ଘ୧୧।୫୧ ଗତେ ଘ୧୨।୧୨ ମଧ୍ୟେ ବାରବେଳା । ରାତ୍ରି ଘ୩।୯ ଗତେ ଘ୪।୪୮ ମଧ୍ୟେ କାଳରାତ୍ରି । ପ୍ରଥମ ରଜୋଦର୍ଶନେ ପାଞ୍ଚମାସ ଦିବା ଘ୧୨।୪୨ ଗତେ ସମ୍ବତ୍ସର ଗଣ୍ଡଦୋଷ ।ସ୍ବର୍ଣ୍ଣ ଓ ପୀତ ବସ୍ତ୍ର ଦାନ । ଚତୁର୍ଥୀର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ମୂଳକ ଦିବା ଘ୨।୪୫ ଗତେ ଶ୍ରୀଫଳ ଭକ୍ଷଣ ନିଷେଧ ।

(ଅମୃତ)– ଦିବା ଘ୭।୧୫ ମଧ୍ୟେ ଘ୮।୩ ଗତେ ଘ୮।୫୧ ମଧ୍ୟେ ଘ୧୧।୧୫ ଗତେ ଘ୧।୩୯ ମଧ୍ୟେ ରାତ୍ରି ଘ୬।୯ ଗତେ ଘ୬।୫୭ ମଧ୍ୟେ ଘ୮।୩୩ ଗତେ ଘ୨।୫୭ ମଧ୍ୟେ । (ମାହେନ୍ଦ୍ର)-ଦିବା ଘ୭।୧୫ ଗତେ ଘ୮।୩ ମଧ୍ୟେ ଘ୨।୨୭ ଗତେ ଘ୪।୫୧ ମଧ୍ୟେ ।

🌹ମେଷ: ଆଜି ପାରିବାରିକ କଳହ ଲାଗିପାରେ। ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।

🌹ବୃଷ : ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହୋଇପାରେ, ଏହାର ଧ୍ୟାନ ରଖିବେ। ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ଅଟେ।

🌹ମିଥୁନ : ଆଜି ଅପଙ୍କୁ ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।

🌹କର୍କଟ: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।

🌹ସିଂହ : ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।

🌹କନ୍ୟା : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ବଜାୟରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।

🌹ତୁଳା: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।

🌹ବିଛା : ଆଜିର ଦିନଟି ଏକ ସ୍ମରଣୀୟ ଦିନ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।

🌹ଧନୁ:ଆଜି ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।

🌹ମକର : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ବ୍ୟୟ ବଢିପାରେ ।ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ।

🌹କୁମ୍ଭ : ଆଜି ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଧନଲାଭ ହୋଇପାରେ।

🌹ମୀନ: ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାର ପ୍ରସ୍ତୁକରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଦୂରଯାତ୍ରାର ଯୋଗ ଅଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking