24.1 C
Bhubaneswar
Thursday, May 9, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

🦋 ଘର ତିଆରି ପାଇଁ ସମୟ ଲାଗେ କିନ୍ତୁ ଭାଙ୍ଗିବାକୁ ସମୟ ଲାଗେ ନାହିଁ।

🦋 ବନ୍ଧୁ ବହୁ କଷ୍ଟରେ ମିଳେ କିନ୍ତୁ ଶତୃ ହେବାପାଇଁ ସମୟ ଲାଗେ ନାହିଁ।

🦋 ସମ୍ପର୍କ ଗଢିବା ପାଇଁ ଜୀବନ ବିତିଯାଏ କିନ୍ତୁ ବିଗାଡିବା ପାଇଁ ସମୟ ଲାଗେ ନାହିଁ।

🦋 ଭାଙ୍ଗି ଯାଇଥିବା “ବିଶ୍ବାସ” ଆଉ ହରେଇ ଥିବା “ସମୟ” କେବେ ବି ଫେରି ଆସେନାହିଁ।

🦋 ଜମି ଏବଂ ଭାଗ୍ୟର ସ୍ୱଭାବ ସମାନ,ଯାହା ବିହନ ବୁଣାଯାଏ, ତାହା ବାହାରକୁ ଆସିବା ନିଶ୍ଚିତ।

ମହାପୁରୁଷଙ୍କ ବାଣୀ”*

ଏକଛତ୍ରବାଦୀମାନେ ନିଜକୁ ମୁକ୍ତ କରିଦିଅନ୍ତି, କିନ୍ତୁ ଲୋକଙ୍କୁ ଦାସ କରିଦିଅନ୍ତି” – ଚାର୍ଲି ଚାପଲିନ୍ !!

ଏହା ଏକ ନିଷ୍ଠୁର ଦୁନିଆ ଏବଂ ଏହାର ସାମ୍ନା କରିବାକୁ ତୁମକୁ ମଧ୍ୟ ନିଷ୍ଠୁର ହେବାକୁ ପଡିବ” – ଚାର୍ଲି ଚାପଲିନ୍ !!

ଅଭିନେତାମାନେ ପ୍ରତ୍ୟାଖ୍ୟାନ କେମିତି ହେଲେ ଖୋଜନ୍ତି | ଯଦି ସେମାନେ ତାହା ନ ପାଆନ୍ତି ତେବେ ସେମାନେ ନିଜକୁ ପ୍ରତ୍ୟାଖ୍ୟାନ କରନ୍ତି” – ଚାର୍ଲି ଚାପଲିନ୍ !!

ମୁଁ ଲୋକଙ୍କ ପାଇଁ ମୁଁ ଏହା ବିଷୟରେ କିଛି କରିପାରିବି ନାହିଁ” – ଚାର୍ଲି ଚାପଲିନ୍ !!

“ମୁଁ ବିଶ୍ୱାସ କରେ ନାହିଁ ଯେ ଜନସାଧାରଣ କଣ ଚାହାଁନ୍ତି ଜନସାଧାରଣ ସବୁ ଜାଣନ୍ତି; ମୁଁ ମୋର କ୍ୟାରିୟରରୁ ଏହି ସିଦ୍ଧାନ୍ତ ନେଇଛି” – ଚାର୍ଲି ଚାପଲିନ୍ !!*

” ଗୀତା ଉପଦେଶ “*

ପାର୍ଥ ବିନା ଶ୍ରଦ୍ଧାରେ ଯେଉଁ ଯଜ୍ଞ ଦାନ ତପସ୍ୟାଦି କର୍ମ ଅନୁଷ୍ଠାନ କରାଯାଏ ତାହା ଅସତ୍‍ ବୋଲି କୁହାଯାଏ ଓ ସେହି କର୍ମ ଇହଲୋକ କି ପରଲୋକରେ ଫଳ ଦାୟୀ ହୋଇ ନ ଥାଏ !!”

ଧରଣୀଦେବୀ ପଚାରୁଛନ୍ତି , ହେ ଭଗବାନ ହେ ପରମଇଶ୍ୱର ପ୍ରାରବ୍ଧ ଭୋଗ କରୁଥିବା ଲୋକର କିପରି ଅବିଚଳିତ ବା ଏକନିଷ୍ଠ ଭକ୍ତି ଜାଗ୍ରତ ହେବ !!”

ପ୍ରାରବ୍ଧ ଭୋଗ କରୁଥିବା ଲୋକେ ଯଦି ଗୀତା ପଠନରେ ଅଭ୍ୟସ୍ତ ହେବେ ତେବେ ସେମାନେ ସଂସାର ବନ୍ଧନରୁ ମୁକ୍ତ ହେବେ ଓ ଜଗତରେ ସୁଖଲାଭ କରିବେ ଏବଂ କୌଣସି କର୍ମ ବନ୍ଧନରେ ପଡିବେନାହିଁ !!”

“ଜଳ ଯେପରି ନଳିନୀଦଳକୁ ସ୍ଫର୍ଶ ନକରେ ସେପରି ଯେ ନିତ୍ୟ ଗୀତାଧ୍ୟାନ କରନ୍ତି ତାଙ୍କୁ ମହାପାପ ଆଦି ପାପସମୂହ ¸ସ୍ପର୍ଶ କରି ପାରନ୍ତି ନାହିଁ !!”

ଅଦ୍ଯ ଧନୁ ଦି୨୫ନ,ଦ୍ଵିତୀୟା ଦ୮।୫ ଦିଘ୯।୪୧,ପୁଷ୍ୟା ଦ୦।୫୦ ପ୍ରାଘ୬।୪୭,କର୍କଟ ଚନ୍ଦ୍ର ଦ୬୦ ନିଶାନ୍ତ।
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ଧନୁ ଦ୪/୧୮/୨୦ ଇଂଘ ୬/୨୬/୫୩ ଗତେ ଉଦୟ।
ମିଥୁନ ଦ୪/୩୫/୦୦ ଇଂଘ ୫/୧୯/୨୬ ଗତେ ଅସ୍ତ ।
ଯୋଗିନୀ ଉତ୍ତରେ । ଦିବା ଘ୯।୪୧ ଗତେ ଅଗ୍ନିକୋଣେ । ଯାତ୍ରା ଶୁଭ । ଅଦ୍ୟ ଦେବତାଗଠନ,ନୌକାଗଠନ ଓ ଚାଳନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ପ୍ରାତଃ ଘ୬।୪୭ ଗତେ ମଘା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ୱିନୀ ଦ୍ବିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ମିଥୁନ ରାଶିର ଘାତବାର । ଦିବା ଘ୭।୪୭ ଗତେ ଘ୯।୮ ମଧ୍ୟେ କାଳବେଳା । ଘ୨।୩୭ ଗତେ ଘ୩।୫୮ ମଧ୍ୟେ ବାରବେଳା । ରାତ୍ରି ଘ୧୦।୧୭ ଗତେ ଘ୧୧।୫୬ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୯।୪୧ ମଧ୍ୟେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ । ପ୍ରଥମ ରଜୋଦର୍ଶନେ ପ୍ରାତଃ ଘ୬।୪୭ ଗତେ ସମ୍ବତ୍ସର ଗଣ୍ଡଦୋଷ । ସ୍ବର୍ଣ୍ଣ ଓ ପୀତ ବସ୍ତ୍ର ଦାନ । ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବୃହତୀ ଦିବା ଘ୯।୪୧ ଗତେ ପଟୋଳ ଭକ୍ଷଣ ନିଷେଧ ।
(ଅମୃତ)- ଦିବା ଘ୮।୨ ମଧ୍ୟେ ଘ୯।୩୮ ଗତେ ଘ୧୨।୩ ମଧ୍ୟେ ରାତ୍ରି ଘ୭।୪୩ ଗତେ ଘ୧୦।୫୫ ମଧ୍ୟେ ଘ୨।୭ ଗତେ ଘ୨।୫୫ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି ।

🌹ମେଷ-ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।

🌹ବୃଷ-ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।

🌹ମିଥୁନ-ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।

🌹କର୍କଟ-ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।

🌹ସିଂହ- ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।

🌹କନ୍ୟା- ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।

🌹ତୁଳା-ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।

🌹ବିଛା-ଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।

🌹ଧନୁ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।

🌹ମକର-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ଯୟ ଯୋଗ ରହିଛି।

🌹କୁମ୍ଭ-ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।

🌹ମୀନ-ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking