28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବଡ଼ ବୟାନ ଦେଲେ ଅଜୟ ମାକେନ

ବଡ଼ ବୟାନ ଦେଲେ ଅଜୟ ମାକେନ

ନୂଆଦିଲ୍ଲୀ : ରାଜସ୍ଥାନରେ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଥମିବାରେ ନାଁ ନେଉନି । ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିବାଦର ସମାଧାନ ତଥା ନେତାଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଜାତୀୟ କଂଗ୍ରେସ ବାରମ୍ବାର ଚେଷ୍ଟା କରିଆସୁଛି । ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଏହା ଶୀଘ୍ର ସମ୍ଭବ ହୋଇପାରୁନି ବୋଲି କଂଗ୍ରେସ କହିଛି । ଏହା ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ କେନ୍ଦ୍ରୀୟ ଦଳରେ ଅନ୍ତର୍ଭୁକ୍ତ କରାଯିବା ନେଇ ହୋଇଥିବା କଳ୍ପନାଜଳ୍ପନାର ବିଷୟ ଉପରେ ରାଜ୍ୟ ସାଧାରଣ ସମ୍ପାଦକ ଅଜୟ ମାକେନ ବଡ଼ ବୟାନ ଦେଇଛନ୍ତି । ତେବେ ସଚିନଙ୍କୁ ଜାତୀୟ ସ୍ତରରେ କଣ କରିବାକୁ ହେବ ତାହା ନିଷ୍ପତ୍ତି ହେବ । ଏ ନିଷ୍ପତ୍ତି କେବଳ ସୋନିଆ ଗାନ୍ଧି ହିଁ ନେଇପାରିବେ । ଏହା ମୋ ସ୍ତରର ବିଷୟ ନୁହେଁ । ରାଜ୍ୟ ସ୍ତରରେ ହେବାକୁ ଥିବା ପରିବର୍ତ୍ତନଗୁଡ଼ିକ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହେଉଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଯୋଗୁଁ ଏହାକୁ ବନ୍ଦ କରିଦିଆଯାଇଛି ବୋଲି ଅଜୟ ମାକେନ ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଏକ ଛୋଟ ରାଜ୍ୟ କାର୍ଯ୍ୟନିର୍ବାହୀ ଗଠନ କରାଯାଇଛି । ଏବଂ ସଙ୍ଗଠନର କାର୍ଯ୍ୟ ଚାଲିଛି । ଖୁବଶୀଘ୍ର ଜିଲ୍ଲା ସଭାପତି ଏବଂ କ୍ୟାବିନେଟ ସମ୍ପ୍ରସାରଣ ହେବାକୁ ଯାଉଛି ବୋଲି ଅଜୟ ମାକେନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking