26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବାନ୍ଦ୍ରାରେ ଭୁଷୁଡ଼ିଲା ନିର୍ମାଣାଧୀନ ବ୍ରିଜ

ବାନ୍ଦ୍ରାରେ ଭୁଷୁଡ଼ିଲା ନିର୍ମାଣାଧୀନ ବ୍ରିଜ

ନୂଆଦିଲ୍ଲୀ : ମୁମ୍ବାଇର ବାନ୍ଦ୍ରା ଅଞ୍ଜଳରେ ଘଟିଛି ଏକ ଛାତିଥରା ଘଟଣା । ତେବେ ବାନ୍ଦ୍ରା କୁର୍ଲା କମ୍ପେକ୍ସରେ ଏକ ନିର୍ମାଣାଧୀନ ଫ୍ଲାଏଓଭରର ଏକ ଅଂଶ ଖସିଯିବାର କଥା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇନଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାକୁ ନିଆଯାଇଛି ବୋଲି ସୂଚନା ମିଳିଛି । ବି.କେ.ସି ମୁଖ୍ୟ ରାସ୍ତା ଏବଂ ସାନ୍ତାକ୍ରୁଜ –ଚେମ୍ବୁର ଲିଙ୍କ ରୋଡ଼କୁ ସଂଯୋଗ କରୁଥିବା ଏକ ନିର୍ମାଣଧୀନ ଫାଏଓଭରର ଏକ ଅଂଶ ସକାଳ ପ୍ରାୟ ୪.୩୦ ସମୟରେ ଭୁଶୁଡ଼ି ପଡିଛି । ଏଥିରେ କାହାର ମୃତ୍ୟୁ ହୋଇନଥିବା ବେଳେ କେହି ନିଖୋଜ ନଥିବାର କଥା ସାମ୍ନାକୁ ଆସିଛି । ଆହତମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଶ୍ରମିକ ଯେଉଁମାନେ ଉକ୍ତ ସ୍ଥାନରେ ଥିଲେ। ଅଧିକାରୀ କହିଛନ୍ତି ଯେ ଦୁଇଜଣ ଇଞ୍ଜିନିୟର ଏବଂ ଦୁଇଜଣ ସୁପରଭାଇଜରଙ୍କ ସହ 24 ଜଣ କର୍ମଚାରୀ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking