31.1 C
Bhubaneswar
Sunday, May 5, 2024
Homeମନୋରଞ୍ଜନଛାଡପତ୍ର ପରେ ଏହି ବିଜନେସ୍ମ୍ୟାନ କରିଥିଲେ ପ୍ରପୋଜ୍, ଦ୍ଵିତୀୟ ବିବାହକୁ ରିଜେକ୍ଟ କଲେ କରିସ୍ମା

ଛାଡପତ୍ର ପରେ ଏହି ବିଜନେସ୍ମ୍ୟାନ କରିଥିଲେ ପ୍ରପୋଜ୍, ଦ୍ଵିତୀୟ ବିବାହକୁ ରିଜେକ୍ଟ କଲେ କରିସ୍ମା

ମୁମ୍ଵାଇ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ କରିସ୍ମା କପୁର ଅନ୍ୟତମ। ୯୦ ଦଶକରେ ସେ ରାଜା ବାବୁ, କୁଲି ନମ୍ବର-୧, ସାଜନ ଚଲେ ସସୁରାଲ ,ରାଜା ହିନ୍ଦୁସ୍ତାନୀ , ଦିଲ ତୋ ପାଗଲ ହୈ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୨୦୦୦ ପୂର୍ବରୁ କରିସ୍ମା ତାଙ୍କ କ୍ୟାରିୟରର ଟପ୍ ପଏଣ୍ଟରେ ଥିଲେ। ହେଲେ ୨୦୦୩ରେ ସେ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ହେଲେ ଏହି ବିବାହ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏବଂ ୨୦୧୬ରେ ୧୩ ବର୍ଷ ପରେ ସେ ପାରସ୍ପରିକ ସହମତିରେ ଦୁହେଁ-ଦୁହିଁଙ୍କୁ ଛାଡପତ୍ର ଦେଇଥିଲେ। ଛାଡପତ୍ର ପରେ କରିସ୍ମା ତାଙ୍କ ସନ୍ତାନ ସମାଇରା ଏବଂ କିଆନଙ୍କର ସିଙ୍ଗଲ ମା ଅଟନ୍ତି। ଛାଡପତ୍ରର କିଛି ବର୍ଷ ପରେ ଦିଲ୍ଲୀର ବ୍ୟବସାୟୀ ସନ୍ଦୀପ ତୋଷନିୱାଲଙ୍କ ସହ କରିସ୍ମାଙ୍କ ସମ୍ପର୍କ ଚର୍ଚ୍ଚାର ବିଷୟ ପାଲଟିଥିଲା। କୌଣସି ସମୟ ମଧ୍ୟରେ ତାଙ୍କ ବିବାହର କଳ୍ପନାଜଳ୍ପନା ଆରମ୍ଭ ହେଲା। କୁହଯାଉଛି କି ସନ୍ଦୀପ କରିସ୍ମାଙ୍କୁ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ କରିସ୍ମା ତାଙ୍କ ସନ୍ତାନ ସମାଇରା ଏବଂ କିୟାନଙ୍କ ଉପରେ ଧ୍ୟାନ ଦେବାକୁ ଚାହୁଁଥିଲେ। ଏଥିପାଇଁ ସେ ସନ୍ଦୀପଙ୍କ ପ୍ରପୋଜାଲକୁ ରିଜେକ୍ଟ କରିଥିଲେ। ଯେତେବେଳେ କରିସ୍ମାଙ୍କ ପିତା ରନ୍ଧୀର କପୁରଙ୍କୁ ଝିଅର ଦ୍ୱିତୀୟ ବିବାହ ବିଷୟରେ ପଚରାଗଲା। ସେମାନେ ଏହି ସବୁ ଗୁଜବ ବୋଲି କହିଥିଲେ । ରନ୍ଧୀର କହିଥିଲେ ଯେ ସେ କରିସ୍ମା ପୁଣି ବିବାହ କରିବାକୁ ଆଗ୍ରହୀ ନୁହଁନ୍ତି। ଯଦି ସେ ତାଙ୍କ ଜୀବନ ଆରମ୍ଭ କରିବାକୁ ଚାହାଁନ୍ତି । ତେବେ ତାଙ୍କ ପିଲାମାନେ ଏଥିରେ ଖୁସି। ମୁଁ ତାଙ୍କୁ ସର୍ବଦା ସମର୍ଥନ କରିବି । କହିବାକୁ ଗଲେ କରିସ୍ମା ପୂର୍ବରୁ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥାନ୍ତେ। କିନ୍ତୁ କୌଣସି କାରଣରୁ ଦୁହିଁଙ୍କ ନିର୍ବନ୍ଧ ଭାଙ୍ଗି ଯାଇଥିଲା। ପରେ ସେ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking