30.1 C
Bhubaneswar
Sunday, May 19, 2024
Homeଓଡିଶାଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ପୁରୀବାସୀଙ୍କ ଦାବି, ଉତ୍ତରଦ୍ବାର ଦେଇ ମହାପ୍ରସାଦ ଆଣିବାକୁ ହେଉ ସ୍ବତନ୍ତ୍ର ବ୍ୟବସ୍ଥା

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ପୁରୀବାସୀଙ୍କ ଦାବି, ଉତ୍ତରଦ୍ବାର ଦେଇ ମହାପ୍ରସାଦ ଆଣିବାକୁ ହେଉ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ : ପ୍ରଚଣ୍ଡ ଖରା ଲଗାଣ ବର୍ଷାରେ ଦହଗଞ୍ଜ ହେଉଛନ୍ତି ଭକ୍ତ, ଶ୍ରଦ୍ଧାଳୁ ପୁରୀବାସୀ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ହୋଇଥିବାରୁ ଦିନକୁ ଦିନ ଲମ୍ବା ଲାଇନ୍ ବଢିବାରେ ଲାଗିଛି ରଥଯାତ୍ରା ପରେ ଚାରିଦ୍ବାର  ଖୋଲିବା ନେଇ ଗତ ରଥ ସମନ୍ୱୟ ବୈଠକରେ ସରଗରମ ଆଲୋଚନା ହୋଇଥିବା ବେଳେ ଫଳ କିନ୍ତୁ ଶୂନ ତେବେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ନେଇ ସଚେତନ ନାଗରିକ ମଞ୍ଚ ତରଫରୁ ଏକଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଭକ୍ତ, ସେବାୟତ ପୁରୀବାସୀ ଚାରିଦୁଆରେ ଖୋଲିବାକୁ ଦାବି କରିଥିଲେ ଉତ୍ତରଦ୍ବାର ଦେଇ ମହାପ୍ରସାଦ ଆଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ  

ତେବେ ରଥଯାତ୍ରା ପରେ ଏହା ଉପରେ ବିଚାର କରାଯିବ ବୋଲି ସୂଚନା ମିଳିଥିଲା ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗତ ଦ୍ୱିତୀୟ ରଥ ସମନ୍ୱୟ ବୈଠକରେ ଚାରି ଦୁଆର ଖୋଲାଯିବା ମୁଖ୍ୟ ପ୍ରସଙ୍ଗ ମଧ୍ୟ ପାଲଟିଥିଲା କିନ୍ତୁ ରଥଯାତ୍ରା ସରିବାର ୧୫ଦିନ ପରେ ବି ସମାନ ଅବସ୍ଥା  ତେବେ ଯାହାକୁ ନେଇ ବରିଷ୍ଠ ସେବାୟତଙ୍କ ଠାରୁ ଭକ୍ତମାନେ ଚାରିଦ୍ବାର ଖୋଲିବା ପାଇଁ ଦାବି କରିଛନ୍ତି ନଚେତ ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ ଦାଇତାପତି ସେବକ ଚେତାବନୀ ଦେଇଛନ୍ତି

ସେପଟେ ଚାରିଦ୍ବାର ଯଥାଶୀଘ୍ର ଖୋଲିବା ଦାବି ନେଇ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା ଏକ ଲକ୍ଷ ଭକ୍ତଙ୍କ ଠାରୁ ଦସ୍ତଖତ ରଖାଯାଇଥିଲା ଚାରିଦ୍ବାର ନଖୋଲାଯିବା ଯୋଗୁଁ ପୁରୀବାସୀ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ପ୍ରତିଦିନ ପୁରୀ ବାସିନ୍ଦାମାନେ ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି କିନ୍ତୁ ବିଡମ୍ବନାର ବିଷୟ ସ୍ଥାନୀୟ ବାସିନ୍ଦାମାନଙ୍କୁ ଅନ୍ୟ ଦ୍ବାର ବାଟରେ ଛଡାଯାଉନଥିବାରୁ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଉତ୍ତରଦ୍ବାର ବାଟରେ ଭକ୍ତ, ଶ୍ରଦ୍ଧାଳୁମାନେ ମହାପ୍ରସାଦ କିଣିବାକୁ ଛଡାଯାଉନଥିବାରୁ ବଞ୍ଚିତ ରହୁଥିବା ଅଭିଯୋଗ ମଧ୍ୟ ହୋଇଛି। ମହାପ୍ରସାଦ ପାଇବା ପାଇଁ ଭକ୍ତମାନେ ଉତ୍ତରଦ୍ବାର ସମ୍ମୁଖକୁ ଯାଉଥିବା ବେଳେ ଅନେକ ଦଲାଲଙ୍କ ଦ୍ୱାରା ଶୋଷଣ ମଧ୍ୟ ହେଉଥିବା ଅଭିଯୋଗ ହୋଇଛି   

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking