28.1 C
Bhubaneswar
Monday, April 28, 2025
Homeଦେଶ ବିଦେଶନବବଧୂକୁ ଧରି ଘରେ ପହଞ୍ଚିବା ପରେ ଚାଲିଗଲା ପୁଅର ଜୀବନ

ନବବଧୂକୁ ଧରି ଘରେ ପହଞ୍ଚିବା ପରେ ଚାଲିଗଲା ପୁଅର ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୈନପୁରୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିବାହର ୨୪ ଘଣ୍ଟା ମଧ୍ୟରେ ବରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି । ମୃତକ ବାପା ଓ ମା’ଙ୍କର ଏକମାତ୍ର ପୁଅ ଥିଲେ । ମୈନପୁରୀ କିଶନି ଥାନା ଅଞ୍ଚଳସ୍ଥ ହବିଲିୟା ଗ୍ରାମରେ ବିବାହ ପରେ ସତ୍ୟରା ଯାଦବଙ୍କ ପୁଅ ସୋନୁ ଯାଦବ ନବବଧୂ ଅଲକାଙ୍କୁ ନେଇ ଘରେ ପହଞ୍ଚିଥିଲେ ।

ଏହାପରେ ସେ ଥକି ପଡ଼ି ସୋଫାରେ ଶୋଇପଡ଼ିଥିଲେ । ଅନେକ ସମୟ ହେବାପରେ ସୋନୁ ଯେତେବେଳେ ନଉଠିଥିଲେ ମା’ ତାଙ୍କୁ ଡାକିବାକୁ ଯାଇଥିଲେ । କିନ୍ତୁ ସୋନୁଙ୍କର କୌଣସି ପ୍ରତିକ୍ରିୟା ମିଳି ନଥିଲା । ଏହାପରେ ପରିବାରରେ କାନ୍ଦବୋବାଳି ଆରମ୍ଭ ହୋଇଯାଇଥିଲା । ସଙ୍ଗେସଙ୍ଗେ ପରିବାରଲୋକ ଉଦ୍ଧାର କରି ସୋନୁଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ ଏହି ଘୋଷଣା ପରେ ସମ୍ପୂର୍ଣ୍ଣ ପରିବାର ସ୍ତବ୍ଧ ହୋଇଯାଇଛନ୍ତି । କାରଣ ବିବାହର ମାତ୍ର ୨୪ଘଣ୍ଟା ପରେ ପୁଅର ଏଭଳି ମୃତ୍ୟୁ ହୋଇଯିବା ସହିତ ନବବଧୂ ମଥାରୁ ସିନ୍ଦୁର ଲିଭିଯିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଉଭୟ କନ୍ୟା ଓ ବରଙ୍କ ଘର କାନ୍ଦବୋବାଳିରେ ଫାଟୁ ପଡ଼ୁଛି । ସାହିପଡ଼ିଶାରେ ଏହି ଦୁଃଖଦ ଘଟଣାକୁ ନେଇ ଶୋକରଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking