39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆଫଗାନିସ୍ତାନ ମାଟିରୁ ପାକିସ୍ତାନ ଉପରେ ଚାଲିଛି ଆକ୍ରମଣ

ଆଫଗାନିସ୍ତାନ ମାଟିରୁ ପାକିସ୍ତାନ ଉପରେ ଚାଲିଛି ଆକ୍ରମଣ

ଇସଲାମାବାଦ: ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ୍ ୟୁସୁଫ୍ ଆଜି ଆଫଗାନିସ୍ତାନ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ପାକିସ୍ତାନ ସଂସଦର ଷ୍ଟାଣ୍ଡିଂ କମିଟି ନିକଟରେ ମୋଇଦ୍ ୟୁସୁଫ୍ କହିଛନ୍ତି, ଆଫଗାନିସ୍ତାନ ମାଟିରୁ ପାକିସ୍ତାନ ଉପରେ କ୍ରମାଗତ ଆକ୍ରମଣ କରାଯାଉଛି । ସେଠାରେ ଆମର ଶତ୍ରୁ ତେହରିକ୍‌-ଏ-ତାଲିବାନ ପାକିସ୍ତାନ(ଟିଟିପି)ର ଆତଙ୍କବାଦୀମାନେ ଏପରି କାଣ୍ଡ ଭିଆଉଛନ୍ତି । ସେମାନଙ୍କର ଚେର ଦୃଢ ଭାବେ ପାକିସ୍ତାନ ଯାଏ ଲମ୍ବିଛି ଓ ପାକିସ୍ତାନରେ ସେମାନଙ୍କ ଅନେକ ସମର୍ଥକ ବି ଅଛନ୍ତି । ପାଖାପାଖି ୨ ମାସ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି । ପାକିସ୍ତାନ ଅନୁସାରେ ତାଲିବାନ ତାର ସୈନିକମାନଙ୍କୁ ସୀମାରେ ତାରଜାଲି ଲଗାଇବାକୁ ଦେଉ ନାହିଁ । ତାଲିବାନ ବୁଲ୍‌-ଡଜର୍ ଲଗାଇ କେତେକ ତାରଜାଲିକୁ ଉଠାଇ ଫିଙ୍ଗି ମଧ୍ୟ ଦେଇଛି । ଏହାକୁ ନେଇ ଆଫଗାନିସ୍ତାନର ତାଲିବାନ ପ୍ରଶାସନ ଓ ପାକିସ୍ତାନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିବାର ସୂଚନା ମଧ୍ୟ ମିଳିଛି । ମୋଇଦ୍ ୟୁସୁଫ୍ ଏ ବିଷୟରେ ଆଲୋଚନା କରିବା ପାଇଁ କାବୁଲ ଯିବା ପାଇଁ କାର୍ଯ୍ୟକ୍ରମ ହୋଇଥିଲା । ଏହି ସମୟରେ ଖବର ମିଳିଥିଲା ଯେ କାବୁଲ ଏଆରପୋର୍ଟରେ ତାଙ୍କୁ ବିରୋଧ କରିବା ପାଇଁ ହଜାର ହଜାର ଆଫଗାନ ନାଗରିକ ପହଞ୍ଚିଯାଇଛନ୍ତି । ତେଣୁ ତାଙ୍କୁ ଆଫଗାନିସ୍ତାନ ଗସ୍ତ ବାତିଲ କରିବାକୁ ପଡିଥିଲା । ଏହାପରେ ଟିଟିପି ଇସଲାମାବାଦ ଓ ଲାହୋରରେ ବିସ୍ଫୋରଣ ଘଟାଇଥିଲା । ତାଲିବାନ ଟିଟିପିକୁ ସମର୍ଥନ ଯୋଗାଉଥିବାରୁ ଏହି ବିସ୍ଫୋରଣ ହେଲା ବୋଲି ପାକିସ୍ତାନର ସୁରକ୍ଷା ସଂସ୍ଥା ତାଲିବାନରୁ ଦାୟୀ କରିଥିଲା ।
ପାକିସ୍ତାନୀ ସଂସଦର ଷ୍ଟାଣ୍ଡିଂ କମିଟି ମୋଇଦ୍ ୟୁସୁଫଙ୍କଠାରୁ ଜାତୀୟ ସୁରକ୍ଷାର ବର୍ତ୍ତମାନ ସ୍ଥିତି ବିଷୟରେ ଜବାବ ମାଗିଥିଲେ । ୟୁସୁଫ୍ କମିଟିକୁ କହିଛନ୍ତି, ଆଫଗାନିସ୍ତାନର ତାଲିବାନ ସରକାରଙ୍କ କାର୍ଯ୍ୟକଳାପ ଉପରେ ଅଧିକ ବିଶ୍ୱାସ କରାଯିବା ଉଚିତ ନୁହେଁ । କାରଣ ତାଲିବାନ ପୂର୍ବରୁ କହିଥିଲା ତାଙ୍କ ମାଟିକୁ ଅନ୍ୟ ଦେଶ ବିରୋଧରେ ବ୍ୟବହାର କରିବାକୁ ଦେବ ନାହିଁ । କିନ୍ତୁ ସେମାନେ ଏପରି କରି ନାହାନ୍ତି । ସେଠାରୁ ପାକିସ୍ତାନ ଉପରେ ଆକ୍ରମଣ କରାଯାଉଛି । ସେଠାରେ ତେହରିକ୍‌-ଏ-ତାଲିବାନ ପାକିସ୍ତାନ ଅର୍ଥାତ୍ ଟିଟିପିର ସମର୍ଥନକାରୀ ଅଛନ୍ତି । ଅନ୍ୟ ଆତଙ୍କବାଦୀ ସଙ୍ଗଠନ ମଧ୍ୟ ସକ୍ରିୟ ଅଛନ୍ତି । ୟୁସୁଫ୍ ନିକଟରେ ଜାରି କରାଯାଇଥିବା ଜାତୀୟ ସୁରକ୍ଷା ନୀତି ଉପରେ ମଧ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ୨୦୧୪ରେ ଏହା ଉପରେ କାମ ଆରମ୍ଭ କରାଯାଇଥିଲା । ସେତେବେଳେ ସର୍ତାଜ୍ ଅଜିଜ୍ ଏହି ମାମଲାକୁ ଦେଖୁଥିଲେ । ସାତବର୍ଷର ପରିଶ୍ରମ ପରେ ଏହି ନୀତିକୁ ପ୍ରସ୍ତୁତ କରାଯାଇଛି । ଏଥିରେ ଆର୍ôଥକ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଏହା ବିନା ଦେଶକୁ ସୁରକ୍ଷିତ ରଖିବା କଷ୍ଟସାଧ୍ୟ । ଏହି ଦଲିଲର ଏକ ବୃହତ ଭାଗ ସଂପୂର୍ଣ୍ଣ ଗୋପନ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking