ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ପୁଣି ଭକ୍ତଙ୍କ ଭାବନା ଖେଳ । ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରାଇଦେବା ନାଁରେ ସୋସିଆଲ ମିଡିଆରେ ବିଜ୍ଞାପନ । ଜଗନ୍ନାଥ ଧାମ ଦର୍ଶନ ଏବେ ଆହୁରି ସହଜ ନେଇ ବିଜ୍ଞାପନରେ ଦର୍ଶାଯାଇଛି । ଇଓ ଓଡିଶା ପକ୍ଷରୁ ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଘୁରିବୁଲିଛନ୍ତି । ଆଗଷ୍ଟ୧ ରୁ ଏହି ସେବା ଆରମ୍ଭ ହେଉଥିବା ସଂସ୍ଥା ପକ୍ଷରୁ ବିଜ୍ଞାପନ ଦିଆଯାଇଛି । ଯୋଗାଯୋଗ ନମ୍ବର ବି ଦିଆଯାଇଛି । ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । ଶ୍ରୀମନ୍ଦିରରେ କୌଣସି ଭିଆଇପି ଦର୍ଶନ ବ୍ୟବସ୍ଥା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ କିଭଳି ମନଇଚ୍ଛା ମହାପ୍ରଭୁଙ୍କୁ ନେଇ ଏଭଳି ବିଜ୍ଞାପନ ଦେଉଛନ୍ତି ସଂସ୍ଥା ସେନେଇ ପ୍ରଶ୍ନ ଉଠିଛି ।










