26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଜାନୁଆରୀ ୨୬ରୁ ଆଦିବାସୀ ମେଳା

ଜାନୁଆରୀ ୨୬ରୁ ଆଦିବାସୀ ମେଳା

ଭୁବନେଶ୍ୱର: ଜାନୁଆରୀ ୨୬ରୁ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା । ଜାନୁଆରୀ ୨୬ରୁ ଏହା ଆରମ୍ଭ ହୋଇ ଫେବୃୟାରୀ ୯ ତାରିଖ ଯାଏ ଚାଲିବ । ଭୁବନେଶ୍ୱର ୟୁନିଟ ୧ ଆଦିବାସୀ ପଡିଆରେ ପଡିଆରେ ଆଦିବାସୀ ମେଳା ଅନୁଷ୍ଠିତ ହେବ । ଦୈନିକ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ଯାଏ ମେଳା ଚାଲିବ । କୋଭିଡ ନିୟମ ମାନି ମେଳା ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ୬୨ ଶ୍ରେଣୀର ଆଦିବାସୀ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ନେଇ ପ୍ରତିବର୍ଷ ଭୁବନେଶ୍ୱରଠାରେ ଆଦିବାସୀ ମେଳା ଆୟୋଜନ କରାଯାଇଥାଏ । ଓଡ଼ିଶା ସରକାରଙ୍କ “ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ” ପୃଷ୍ଟପୋଷକତାରେ ଏହି ମେଳା ଭୁବନେଶ୍ୱରର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଥାଏ । ଏହା ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହୋଇ ୨ ସପ୍ତାହ ଧରି ଚାଲିଥାଏ । ଆଦିବାସୀ ମେଳାର ମୁଖ୍ୟ ଲକ୍ଷ୍ୟ ହେଲା – ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କଦ୍ୱାରା ଜଙ୍ଗଲରୁ ସଂଗୃହିତ ଦ୍ରବ୍ୟଗୁଡିକୁ ପ୍ରଦର୍ଶିତ କରାଇବା ଓ ସେସବୁର ବିକ୍ରି ନିମନ୍ତେ ଏକ ବଜାର ସୃଷ୍ଟି କରିବା । ଦ୍ୱିତୀୟତଃ ଏହି ଜନଜାତି ବର୍ଗଙ୍କର ସଂସ୍କୃତି, ନୃତ୍ୟ ସଙ୍ଗୀତ ଓ ଜୀବନଯାପନ ଶୈଳି ଆଦିକୁ ରାଜ୍ୟବାସୀଙ୍କ ସହ ପରିଚିତ କରାଇବା । ତୃତୀୟତଃ ଆଦିବାସୀମାନଙ୍କର କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking