28.1 C
Bhubaneswar
Friday, April 26, 2024
Homeଅପରାଧମାନସିକ ବିକୃତ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

ମାନସିକ ବିକୃତ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

ଜଟଣୀ : ଜଟଣୀ ଥାନା ଅନ୍ତର୍ଗତ କୁସୁମାଟି ଛଣଘର ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତକରି ଆଜି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇ କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା ଛଣଘରର ଅରୁ ଭୋଇ(୨୭) ।

ସୂଚନାଯୋଗ୍ୟ ଯେ, ଗତ ୩ଦିନ ପୂର୍ବେ ଅର୍ଥାତ୍ ୨୬ତାରିଖରେ ପୀଡ଼ିତା ଯୁବତୀ ଘରେ ଏକୁଟିଆ ଥିବା ବେଳେ ପରିବାର ଲୋକେ କୌଣସି କାମରେ ବାହାରକୁ ଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଅରୁ ଘରେ ପଶି ଯୁବତୀଙ୍କୁ ଜୋଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏହାପରେ ଯୁବତୀଙ୍କ ସମ୍ପର୍କୀୟ ଜଣେ ନାବାଳିକା କବାଟ ବାଡ଼େଇଥିଲେ ମଧ୍ୟ କବାଟ ଖୋଲି ନଥିଲା ଅରୁ ।

କିଛି ସମୟ ପରେ ଅଭିଯୁକ୍ତ ଜଣଙ୍କ କବାଟ ଖୋଲି ବାହାରକୁ ଆସି ଉକ୍ତ ନାବାଳିକା ଝିଅକୁ ଧକ୍କାମାରି ଦୌଡ଼ି ପଳାଇଥିଲା । ପରିବାର ଲୋକ ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣି ଥାନାରେ ଅଭିଯୋଗ କରିଥିଲେ । ଏତଲା ଆଧାରରେ ପୁଲିସ ଅଭିଯୁକ୍ତକୁ ନିଜଘରୁ ଉଠାଇ ଆଣି ଘଟଣାର ତଦନ୍ତ କରୁଥିଲା ।

ତେବେ ଅଭିଯୁକ୍ତ ଅରୁ ଜଣେ ରାଜନୈତିକ ଦଳର ସକ୍ରିୟ କର୍ମୀ ଥିବାରୁ ମାମଲା ରଫା ଦଫା କରିବାକୁ ବହୁ ଉଦ୍ୟମ ଚାଲିଥିଲା । ଏହି ଖବର ଚାରିଆଡ଼େ ପ୍ରଚାରିତ ପରେ ପୁଲିସ୍ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking