27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଗିରୀଶ ମୁର୍ମୁ ‘ହୁ’ ଅଡିଟରଭାବେ ପୁନଃନିର୍ବାଚିତ

ଗିରୀଶ ମୁର୍ମୁ ‘ହୁ’ ଅଡିଟରଭାବେ ପୁନଃନିର୍ବାଚିତ

ନୂଆଦିଲ୍ଲୀ : ଭାରତର ସିଏଜି (କମ୍ପଟ୍ରୋଲର ଆଣ୍ଡ୍ ଅଡିଟର ଜେନେରାଲ) ଗିରୀଶ ଚନ୍ଦ୍ର ମୁର୍ମୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ବାହ୍ୟ (ଏକ୍ସଟରନାଲ) ଅଡିଟରଭାବେ ପୁନଃନିର୍ବାଚିତ ହୋଇଛନ୍ତି । ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି। ମେ’ ୨୯ରେ ସ୍ୱିଜରଲାଣ୍ଡର ଜେନିଭାଠାରେ ଆୟୋଜିତ ୱାର୍ଲ୍ଡ ହେଲଥ୍ ଆସେମ୍ବ୍ଲିରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଶ୍ରୀ ମୁର୍ମୁ ସର୍ବାଧିକ ୧୧୪ଟି ଭୋଟ ପାଇ ପୁନଃନିର୍ବାଚିତ ହୋଇଛନ୍ତି । ଗୁଜରାଟ କ୍ୟାଡରର ଏହି ପୂର୍ବତନ ଆଇଏଏସ ଅଧିକାରୀ ୨୦୧୯ରେ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ନିଯୁକ୍ତ ହୋଇଥିବାବେଳେ ୨୦୨୦ରେ ସିଏଜି ପଦରେ ଅବସ୍ଥାପିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking