28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆବର୍ଜନାର ଗନ୍ତାଘର ପାଲଟିଛି ଏଭରେଷ୍ଟ

ଆବର୍ଜନାର ଗନ୍ତାଘର ପାଲଟିଛି ଏଭରେଷ୍ଟ

କାଠମାଣ୍ଡୁ : ବିଶ୍ୱର ଉଚ୍ଚତମ ଶୃଙ୍ଗ୍ ଏଭରେଷ୍ଟ ଆରୋହଣ କରିବା ପ୍ରତ୍ୟେକ ପର୍ବତାରୋହୀଙ୍କ ସ୍ୱପ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତିବର୍ଷ ବିଭିନ୍ନ ରାଷ୍ଟ୍ରର ଶତାଧିକ ପର୍ବତାରୋହୀ ଏଭରେଷ୍ଟ ଆରୋହଣ ଲକ୍ଷ୍ୟରେ ନେପାଳରେ ପହଞ୍ଚିଥାନ୍ତି । ୧୯୫୩ରେ ସାର୍ ଏଡ୍‌ମଣ୍ଡ ହିଲାରୀ ଓ ଶେର୍‌ପା ତେନ୍‌ଜିଙ୍ଗ୍ ନର୍‌ଗେ ପ୍ରଥମ ଥର ଏଭରେଷ୍ଟ ଆରୋହଣ କରିଥିବାବେଳେ ଏପର୍ଯ୍ୟନ୍ତ ୧୧ ହଜାର ଥର ଏଭରେଷ୍ଟ ଆରୋହଣ ଅଭିଯାନ ସଫଳ ହୋଇସାରିଛି । ଇତିମଧ୍ୟରେ ୩୨୦ ପର୍ବତାରୋହୀ ଏଭରେଷ୍ଟ ଅଭିଯାନରେ ପ୍ରାଣ ମଧ୍ୟ ହରାଇଛନ୍ତି । ବର୍ଷ ବର୍ଷ ଧରି ଏହି ଅଭିଯାନ ଅବ୍ୟାହତ ରହିଥିବାବେଳେ ଏଭରେଷ୍ଟ ବର୍ତ୍ତମାନ ଆବର୍ଜନାର ଗନ୍ତାଘର ପାଲଟିଛି ।

ନିକଟରେ ଟ୍ୱିଟରରେ ଅପଲୋଡ ହୋଇଥିବା ଏକ ଭିଡିଓ ଅନୁଯାୟୀ ଏଭରେଷ୍ଟର କ୍ୟାମ୍ପ ଶିବିରରେ କୁଢ କୁଢ ଆବର୍ଜନା ଜମା ହୋଇଥିବା ଲକ୍ଷ୍ୟ କରାଯାଇଛି । ପର୍ବତାରୋହୀମାନେ ନିଜ ସାଙ୍ଗରେ ନେଉଥିବା ବିଭିନ୍ନ ସାମଗ୍ରୀର ଉପଯୋଗ ପରେ ସେଗୁଡିକୁ ସେଠାରେ ଫୋପାଡି ପଳାଇ ଆସୁଥିବା ଜଣାପଡିଛି । ନ୍ୟାସନାଲ ଜିଓଗ୍ରାଫି ଚ୍ୟାନେଲର ରିପୋର୍ଟ ଅନୁଯାୟୀ ଏଭରେଷ୍ଟ ଆରୋହଣ ଲକ୍ଷ୍ୟରେ ଆସୁଥିବା ପ୍ରତ୍ୟେକ ପର୍ବତାରୋହୀ ନିଜ ସାଙ୍ଗରେ ୮ କିଲୋ ଓଜନର ସାମଗ୍ରୀ ନେଇଥାନ୍ତି ।

ଏଥିମଧ୍ୟରେ ଫୁଡ୍ କଣ୍ଟେନର, ପ୍ଲାଷ୍ଟିକ ବୋତଲ, ତମ୍ବୁ, ଖାଲିଥିବା ଅକ୍ସିଜେନ ସିଲିଣ୍ଡର ଏବଂ ମଳ ଅନ୍ତର୍ଭୁକ୍ତ । ଏପରିକି ଏଭରେଷ୍ଟରୁ ତଳକୁ ଓହ୍ଲାଇବା ସମୟରେ କ୍ଲାନ୍ତ ହୋଇପଡିଥିବା ପର୍ବତାରୋହୀ ଅନେକ ଆବଶ୍ୟକ ସାମଗ୍ରୀ ମଧ୍ୟରେ ସେଠାରେ ଫୋପାଡି ଦେଇଥାନ୍ତି। ଏହି ଆବର୍ଜନା ବର୍ତ୍ତମାନ ଅନ୍ୟ ପର୍ବତାରୋହୀଙ୍କ ପାଇଁ ସମସ୍ୟା ପାଲଟିଛି । ତେଣୁ ଏଭରେଷ୍ଟ ନିକଟରୁ ଏହି ଆବର୍ଜନା ତୁରନ୍ତ ହଟାଇବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking