26.1 C
Bhubaneswar
Wednesday, May 8, 2024
Homeଓଡିଶାବାଇକ ଓ ସାଇକେଲ ମଧ୍ୟରେ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ବାଇକ ଓ ସାଇକେଲ ମଧ୍ୟରେ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

କଳାହାଣ୍ଡି : କଳାହାଣ୍ଡି କୋକସରା ବ୍ଲକ ୨୬ ନଂ ଜାତୀୟ ରାଜପଥ କୁସୁମଖୁଣ୍ଟି ରେ ଦୁର୍ଘଟଣା । ବାଇକ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଉଭୟଙ୍କ ପରିଚୟ ମଧ୍ୟ ମିଳିଛି ।
ସୂଚନା ଅନୁସାରେ, ସାଇକେଲ ରେ ମୋଟର ପଟୁ ଫେରୁଥିବା ସମୟରେ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ କିଛି ସମୟ ଉଭୟ ରାସ୍ତାରେ ପଡି ରହିଥିଲେ । ପରେ ସେହି ବାଟ ଦେଇ ଯାଉଥିବା ହିରଣ୍ୟ ବେହେରା ନାମକ ଜଣେ କର୍ତବ୍ୟରତ ସାମ୍ବାଦିକ ଉଭୟଙ୍କୁ ରାସ୍ତାରେ ରକ୍ତାତ ଅବସ୍ଥାରେ ପଡିଥିବାର ଦେଖି ଏଲ ଏଣ୍ଟ ଟି ର ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ କୋକସରା ଡାକ୍ତରଖାନା ରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କୋକସରା ବ୍ଲକ ନେଗିଗୁଡା ଗ୍ରାମର ବିର କିଶୋର ଗୋପାଳ ବୋଲି ଜଣାପଡିଛି । ତେବେ ବାଇକ ଚାଳକ ଜଣକ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ବାଇକ ଚାଳକଙ୍କ ଘର ଜୁନାଗଡ଼ ବ୍ଲକ ମହିଚଳା ବୋଲି ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking