ଝାରସୁଗୁଡା: ଝାରସୁଗୁଡା- କୋଲାବିରା ଥାନା ଅଧୀନ ୪୯ ନଂ ଜାତୀୟ ରାଜପଥର ସାନ୍ୟାସିପାଲି ଛକ ନିକଟରେ ଏକ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟ ଘଟିଛି । ମୃତକମାନେ ହେଲେ ଝାଡ଼ଖଣ୍ଡ ଅଞ୍ଚଳର । ସମସ୍ତେ ବେଦାନ୍ତ ପ୍ଲାଣ୍ଟ ର କର୍ମଚାରୀ ବୋଲି ଜଣାପଡିଛି । ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ଆମ୍ବୁଲାନ୍ସରେ ନେଇଛି ।