23.1 C
Bhubaneswar
Tuesday, February 11, 2025
Homeଓଡିଶାଝାରସୁଗୁଡା ଆସନ ପାଇଁ ହେବ ଉପନିର୍ବାଚନ! କିଏ ପାଇବ ଆସନ?

ଝାରସୁଗୁଡା ଆସନ ପାଇଁ ହେବ ଉପନିର୍ବାଚନ! କିଏ ପାଇବ ଆସନ?

ନୂଆଦିଲ୍ଲୀ: ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଖାଲି ହୋଇଛି ଝାରସୁଗୁଡ଼ା ବିଧାନସଭା ଆସନ। ଏହି ଆସନରେ ଉପନିର୍ବାଚନ ହେବାର ସମ୍ଭାବନା ରହିଛି। ଏହି ଆସନଟି ଖାଲି ହେବା ନେଇ ବିଧାନସଭା ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ବିଧିବଦ୍ଧଭାବେ ଅବଗତ କରାଯିବା ପରେ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ୨୦୧୯ ସାଧାରଣ ନିର୍ବାଚନ ପରେ ଓଡ଼ିଶାର ଷୋଡ଼ଶ ବିଧାନସଭା ଗଠିତ ହୋଇଥିଲା। ଏହାର କାର୍ଯ୍ୟକାଳ ଶେଷ‌ ହେବାକୁ ବର୍ଷେରୁ ଅଧିକ ସମୟ ବାକି ଥିବାରୁ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବା ଏକ ପ୍ରକାର ନିଶ୍ଚିତ। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୬ ମାସରୁ ଅଧିକ ଧରି କୌଣସି ବିଧାନସଭା ଆସନକୁ ଖାଲି ରଖାଯାଇ ପାରିବନାହିଁ।

ଷୋଡ଼ଶ ବିଧାନସଭା ଗଠନ ହେବା ଦିନଠାରୁ ଓଡ଼ିଶାର ୭ ଜଣ ବିଧାୟକଙ୍କ ଦେହାନ୍ତ ହୋଇଛି। ବିଭିନ୍ନ ସମୟରେ ୬ଟି ଆସନରେ ଇସିଆଇଙ୍କ ଦ୍ବାରା ଉପନିର୍ବାଚନ ହୋଇଛି। ବାଲେଶ୍ବରରୁ ନିର୍ବାଚିତ ବିଜେପି ବିଧାୟକ ମଦନମୋହନ ଦତ୍ତ, ତିର୍ତ୍ତୋଲରୁ ନିର୍ବାଚିତ ବିଜେଡି ବିଧାୟକ ବିଷ୍ଣୁ ଚରଣ ଦାସ, ପିପିଲିରୁ ନିର୍ବାଚିତ ବିଜେଡି ବିଧାୟକ ପ୍ରଦୀପ ମହାରଥୀ, ବ୍ରଜରାଜନଗରରୁ ନିର୍ବାଚିତ ବିଜେଡି ବିଧାୟକ କିଶୋର ମହାନ୍ତି, ଧାମନଗରରୁ ନିର୍ବାଚିତ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ଓ ପଦ୍ମପୁରରୁ ନିର୍ବାଚିତ ବିଜେଡି ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking