43 C
Bhubaneswar
Tuesday, April 16, 2024
Homeଓଡିଶାପୀଡିତାକୁ ଜୀବନ ସାଥି ଭାବେ ଗ୍ରହଣ କଲେ ଦୁଷ୍କର୍ମ ଅଭିଯୁକ୍ତ ବିଚାରଧୀନ ବନ୍ଦୀ

ପୀଡିତାକୁ ଜୀବନ ସାଥି ଭାବେ ଗ୍ରହଣ କଲେ ଦୁଷ୍କର୍ମ ଅଭିଯୁକ୍ତ ବିଚାରଧୀନ ବନ୍ଦୀ

ଦେବଗଡ଼: ଦୁଷ୍କର୍ମ ଅଭିଯୁକ୍ତ ଜଣେ ବିଚାରଧୀନ ବନ୍ଦୀ କୋର୍ଟଙ୍କ ଆଦେଶ ଓ ଜେଲ ସଂସ୍କାର କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭାଗୀୟ ଅଧିକାରୀଙ୍କ ମଞ୍ଜୁରୀ ପରେ ପୀଡିତାକୁ ଜୀବନ ସାଥି ଭାବେ ଗ୍ରହଣ କରିଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାଇ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁଶଖଳିଆ ଗ୍ରାମର ମହି ଶବରଙ୍କ ପୁଅ ବୈକୁଳି ଶବର ସେହି ଗ୍ରାମର ଆରତୀ ଶବର ନାମ୍ନୀ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ଆସିଥିଲେ l ତେବେ ଆରତୀଙ୍କ ପରିବାର ଏହାକୁ ଗ୍ରହଣ କରି ନପାରି ବୈକୁଳି ବିରୁଦ୍ଧରେ କୁଣ୍ଡେଇଗୋଳା ଥାନାରେ ପ୍ରେମ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୁଲିସ ବୈକୁଳିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଗତ ନଭେମ୍ବର 2019 ମସିହାରୁ ବୈକୁଳି ଦେବଗଡ଼ ସ୍ୱତନ୍ତ୍ର ଉପ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ରହି ଆସୁଛନ୍ତି l

ତେବେ ତିନି ମାସ ପୂର୍ବରୁ ପୀଡିତା ଆରତୀ ଏବଂ ତାଙ୍କ ପିତା ପହଲି ଶବର ଅଭିଯୁକ୍ତ ଯୁବକ ବୈକୁଳି ସହ ବିବାହ ପାଇଁ ସ୍ୱତନ୍ତ୍ର ଉପକାରାଗାର ଅଧିକ୍ଷକ ବିକାଶ କୁମାର ସାହୁଙ୍କୁ ସାକ୍ଷାତ କରି ଲିଖିତ ଅନୁରୋଧ କରିଥିଲେ l ପୀଡିତାଙ୍କ ଅନୁରୋଧ ପତ୍ରକୁ ଜେଲ ଅଧିକ୍ଷକ ଶ୍ରୀ ସାହୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ମଞ୍ଜୁରୀ ପାଇବା ପରେ ଗତକାଲି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୈକୁଳିକୁ ନିବନ୍ଧନ ଓ ବିବାହ କାର୍ଯ୍ୟାଳୟକୁ ନେଇଥିବା ବେଳେ ସେଠାରେ ପୂର୍ବରୁ ପହଞ୍ଚି ଥିବା ପୀଡିତା ଆରତୀ ଓ ତାଙ୍କ ପରିବାରର ଉପସ୍ଥିତିରେ ରେଜେଷ୍ଟ୍ରି ବିବାହ କରିବା ସହ ମାଳା ପିନ୍ଧାଇ ପରସ୍ପରକୁ ଜୀବନ ସାଥି ଭାବେ ଗ୍ରହଣ କରିଥିଲେ l ପରେ ଜେଲ ଫେରିବା ପୂର୍ବରୁ ଶାସନ ସାହି ସ୍ଥିତ ଗୋକର୍ଣଶ୍ୱର ମନ୍ଦିରରେ ସିନ୍ଦୁର ପିନ୍ଧାଇ ଜୀବନ ସାଥି ଭାବେ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking