28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବର୍ଷା ହେଲା କାଳ! ସ୍କୁଲ ଛାତ ଭୁଶୁଡ଼ି ୭ ମୃତ

ବର୍ଷା ହେଲା କାଳ! ସ୍କୁଲ ଛାତ ଭୁଶୁଡ଼ି ୭ ମୃତ

ଥାଇଲାଣ୍ଡ: ଉତ୍ତର ଥାଇଲାଣ୍ଡରେ ଟାଇଫୁନ୍ ଓ ବର୍ଷା ତାଣ୍ଡବ ରଚିଛି । ପ୍ରବଳ ବର୍ଷାରେ ଏକ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୪ ଛାତ୍ରଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକାରୀଙ୍କ ସୂଚନା ମୁତାବକ, ସୋମବାର ଘଟିଥିବା ଏହି ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ବ୍ୟାଙ୍କକ୍‌ଠାରୁ ୩୦୦ କିଲୋମିଟର ଉତ୍ତରରେ ଥିବା ଫିଚିତ୍ ପ୍ରଦେଶର ଜନସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ ୱାଟ ନେର୍ନ ପୋର ପ୍ରାଥମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି । ସୋମବାର ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ୬ ବର୍ଷ ବାଳକର ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

ସୂଚନା ମୁତାବକ, ପ୍ରବଳ ବର୍ଷାରୁ ରକ୍ଷା ପାଇବା ପାଇଁ କିଛି ଛାତ୍ର ଏବଂ ଅଭିଭାବକ ସ୍କୁଲ ପରିସରସ୍ଥ ଆକ୍ଟିଭିଟି ସେଣ୍ଟରରେ ଆଶ୍ରୟ ନେଇଥିଲେ । ସେହି ସମୟରେ ହଠାତ୍ ଛାତଟି ଭୁଶୁଡ଼ି ପଡ଼ିଥିଲା । ଛାତ ଭୁଶୁଡ଼ିବା ମାତ୍ରେ ସେଠାରେ ଛାତ୍ରମାନେ ଚିତ୍କାର କରିବାକୁ ଲାଗିଥିଲେ । କାନ୍ଦ ବୋବାଳିରେ ସ୍ଥାନଟି ଫାଟି ପଡ଼ିଥିଲା । ଏଥିରେ ଅନେକ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ୪ ଛାତ୍ର, ୨ ଅଭିଭାବକ ଏବଂ ବିଦ୍ୟାଳୟର ଜଣେ ସଫେଇ କର୍ମୀ ଅଛନ୍ତି । ସେପଟେ ପାଣିପାଗ ବିଭାଗ ଏକ ସପ୍ତାହ ପର୍ଯ୍ୟନ୍ତ ଉତ୍ତର ଥାଇଲାଣ୍ଡରେ ପ୍ରବଳ ବର୍ଷାର ଚେତାବନୀ ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking