33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକେଜ୍ରିଓ୍ବାଲଙ୍କୁ ଗିରଫଦାରୀକୁ ବିରୋଧ କରି ଆଜି ଦେଶବ୍ୟାପୀ ଆନ୍ଦୋଳନ କରିବ ଆପ୍‌

କେଜ୍ରିଓ୍ବାଲଙ୍କୁ ଗିରଫଦାରୀକୁ ବିରୋଧ କରି ଆଜି ଦେଶବ୍ୟାପୀ ଆନ୍ଦୋଳନ କରିବ ଆପ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫଦାରୀକୁ ବିରୋଧ କରି ଆଜି ବିଜେପି ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ ଆମ ଆଦମୀ ପାର୍ଟି । ଦେଶରେ କୋଣ ଅନୁକୋଣରେ ଆପ କର୍ମୀ ମାନେ ବିଜେପି ବିରୋଧରେ ଆନ୍ଦୋଳନ କରିବେ । ଏନେଇ ଆପ ନେତା ଗୋପାଳ ରାୟ ଘୋଷଣା କରିଛନ୍ତି । ସେ କହିଛନ୍ତି, ”ବିଜେପି ଏଜେନ୍ସି ପଠାଇ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଏହା ହେଉଛି ଗଣତନ୍ତ୍ରର ହତ୍ୟା । କେଜ୍ରିଓ୍ବାଲଙ୍କ ଗିରଫଦାରିକୁ ବିରୋଧ କରି ଆଜି ବିଜେପି ଦଳ ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବୁ । ବିରୋଧୀ ଦଳ ଏହି ବିକ୍ଷୋଭରେ ଯୋଗଦେବେ କି ନାହିଁ ବୋଲି ପଚରାଯିବାରୁ ଗୋପାଳ ରାୟ କହିଛନ୍ତି,ଏହା ଖୋଲା ବିରୋଧ । ଯିଏ ଏକଛତ୍ରବାଦୀ ଶାସନର ବିରୋଧୀ ସେମାନେ ଏଥିରେ ଯୋଗ ଦେଇ ପାରିବେ । ଗତକାଲି (ଗୁରୁବାର) ସନ୍ଧ୍ୟାରେ କେଜ୍ରିଓ୍ବାଲଙ୍କୁ ଗିରଫ କରିବା ପରେ ଆପ କର୍ମୀ ମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୁଇ ବରିଷ୍ଠ ଆପ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂ ଏକ୍ସାଇଜ୍ ପଲିସି ମାମଲାରେ ଗିରଫ ହୋଇ ନ୍ୟାୟିକ ହେପାଜତରେ ଅଛନ୍ତି । ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଥିବା ସିସୋଦିଆଙ୍କୁ ଅନେକ ଥର ପଚରାଉଚରା ପରେ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା । ଅକ୍ଟୋବର ୨ ରେ ଇଡି ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା । ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ବେଆଇନ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିବା ଆପ ନେତ୍ରୀ ଆତିଶୀ ସୂଚନା ଦେଇଛନ୍ତି । ଆଜି ସକାଳେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିପାରନ୍ତି । ଆମେ ଆଶା କରୁଛୁ ସୁପ୍ରିମକୋର୍ଟ ଗଣତନ୍ତ୍ରକୁ ସୁରକ୍ଷା ଦେବେ ବୋଲି କହିଛନ୍ତି ଅତିଶ । ଅବକାରୀ ଦୁର୍ନୀତି ମାମଲାରେ ଇଡି ଗୁରୁବାର ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା । ଏହାପରେ ରାତିରେ ଇଡି ମୁଖ୍ୟାଳୟକୁ ନିଆଯାଇଥିଲା । ଆଜି ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ କେଜ୍ରିୱାଲଙ୍କୁ ହାଜର କରାଯିବ । ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର ହେବେ କେଜ୍ରିଓ୍ବାଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking