29.1 C
Bhubaneswar
Friday, May 24, 2024
Homeଦେଶ ବିଦେଶସ୍ୱାମୀର ଅଜ୍ଞାନତା ପାଇଁ ଚାଲିଗଲା ସ୍ତ୍ରୀର ଜୀବନ

ସ୍ୱାମୀର ଅଜ୍ଞାନତା ପାଇଁ ଚାଲିଗଲା ସ୍ତ୍ରୀର ଜୀବନ

ନୂଆଦିଲ୍ଲୀ: ତାମିଲନାଡୁର କୃଷ୍ଣାଗିରି ଜିଲ୍ଳାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ସ୍ୱାମୀଙ୍କ ଅଜ୍ଞାନତା ହେତୁ ପତ୍ନୀଙ୍କ ଜୀବନ ଚାଲିଯାଇଛି । ଜାଣିବାକୁ ମିଳିଛି ଯେ ମହିଳାଙ୍କ ପ୍ରସବ ସମୟ ପାଖେଇ ଆସିଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ କୌଣସି ହସ୍ପିଟାଲ୍‌କୁ ନନେଇ ଘରେ ପ୍ରସବ କରାଇବାକୁ ଚିନ୍ତା କରିଥିଲେ, ତାହା ପୁଣି ନିଜେ ୟୁଟ୍ୟୁବ୍ ଦେଖି । ସ୍ୱାମୀ ଜଣକ ୟୁଟ୍ୟୁବ୍ ଦେଖି ପତ୍ନୀଙ୍କର ନର୍ମାଲ ଡେଲିଭରି କରାଇବାର ଚେଷ୍ଟା କରୁଥିଲେ । ହେଲେ ମହିଳାଙ୍କର ଏହି ସମୟରେ ପ୍ରବଳ ରକ୍ତସ୍ରାବ ହୋଇ ମୃତ୍ୟୁ ଘଟିଛି ।

ଏହି ଘଟଣା ଅଗଷ୍ଟ ୨୨ ତାରିଖର । ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ରଥିକା କହିଛନ୍ତି ଯେ ପୋଚମପଲି ପାଖରେ ଥିବା ପୁଲିୟାମପଟି ନିବାସୀ ଲୋଗନୟାକି (୨୭) ନାମ୍ନୀ ମହିଳାଙ୍କର ପ୍ରସବ କାଳରେ ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଛି । ଏହାକୁ ନେଇ ପୁଲିସ୍‌ରେ ଏକ ମାମଲା ରୁଜୁ ହୋଇଛି । ଲୋଗନୟାକିଙ୍କ ସ୍ୱାମୀ ମଧେଶ ତାଙ୍କ ପତ୍ନୀଙ୍କର ଡେଲିଭରି ପେନ୍ ଆରମ୍ଭ ହୋଇ ଯାଇଥିବା ବେଳେ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ନିଜ ଘରେ ନର୍ମାଲ ଡେଲିଭରି କରାଇବାର ଚେଷ୍ଟା କରିଥିଲେ । ମହିଳା ଜଣକ ପିଲାକୁ ଜନ୍ମ ଦେବା ପରେ ଗର୍ଭନାଡ଼ିକୁ ଠିକ୍ କରି ନକାଟିବା କାରଣରୁ ଅତ୍ୟଧିକ ରକ୍ତସ୍ରାବ ହେବାରୁ ସେ ଅଚେତ ହୋଇ ପଡ଼ିଥିଲେ । ତାପରେ ତାଙ୍କ ସ୍ୱାମୀ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking