31.1 C
Bhubaneswar
Monday, June 17, 2024
Homeଦେଶ ବିଦେଶ୧୬ ବର୍ଷର କନ୍ୟାକୁ ୫୨ ବର୍ଷର ବର ସହ ବିବାହ କରାଇଲା ବାପା, କାହିଁକି ଜାଣିଛନ୍ତି?

୧୬ ବର୍ଷର କନ୍ୟାକୁ ୫୨ ବର୍ଷର ବର ସହ ବିବାହ କରାଇଲା ବାପା, କାହିଁକି ଜାଣିଛନ୍ତି?

ଭାଗଲପୁର : ବିବାହ ଏକ ଶାଶ୍ୱତ ପରମ୍ପରା । ବିବାହ ବେଳେ ବର-କନ୍ୟାଙ୍କ ସହ ଉଭୟ ପରିବାରର ସଦସ୍ୟ ସମସ୍ତଙ୍କ ମତ ନିଆଯାଇଥାଏ । ମାତ୍ର ବେଳେ ବେଳେ କିଛି ବିବାହ ବାଧ୍ୟ ବାଧକତାରେ ହୋଇଥାଏ ବା କନ୍ୟାର ଇଚ୍ଛା ବିରୋଧରେ ହୋଇଥାଏ । ଏମିତି ଏକ ବିବାହ ଦେଖିବାକୁ ମିଳିଛି ଝାଡଖଣ୍ଡର ଭାଗଲପୁରରେ । ଜଣେ ୧୬ ବର୍ଷ ବୟସର କନ୍ୟାଙ୍କ ବିବାହ ଜଣେ ୫୨ ବର୍ଷ ବୟସର ବରଙ୍କ ସହ କରିଦିଆଯାଇଛି । ତାହା ପୁଣି କନ୍ୟାଙ୍କ ଇଚ୍ଛା ବିରୋଧରେ । ଝାଡ଼ଖଣ୍ଡର ଏହି କନ୍ୟା ଜଣଙ୍କ ବିବାହ ବିରୋଧରେ ଏସପି କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ବିବାହ ପରେ ତାଙ୍କର ସ୍ୱାମୀ ତାଙ୍କୁ ମାଡ ଦେଉଛନ୍ତି ଓ ବନ୍ଧୁକ ମୁନରେ ଜୋର ଜବରଦସ୍ତ ତାଙ୍କ ସହ ଶାରିରୀକ ସମ୍ପର୍କ ରଖୁଛନ୍ତି । ଏହି ୧୬ ବର୍ଷ ବୟସର ନାବାଳିକା ଜଣକ ଝାଡଖଣ୍ଡ ଦୁମୁକା ଅଂଚଳର । ନାବାଳିକା ଜଣକ ପତି ବିରୋଧରେ ମହିଳା ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ଅଭିଯୋଗ ଗ୍ରହଣ କରିନଥିଲା । ପରେ ନାବାଳିକା ଜଣକ ଡିଆଜିଙ୍କୁ ମଧ୍ୟ ଅଭେି ଯାଗ କରିଥିଲା ।

ହେଲେ କେହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରବାରୁ ନାବାଳିକା ଜଣକ ଏକ ଭିଡିଓ ଜାରି କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ସେଥିରେ ସେ ତାଙ୍କ ବୟସ ୧୬ ବର୍ଷ ବୋଲି କହିବା ସହ କରଜ ଶୁଝି ନପାରି ତାଙ୍କ ବାପା ଜବରଦସ୍ତ ଜଣେ ୫୨ ବର୍ଷର ବ୍ୟକ୍ତି ସହ ତାଙ୍କ ବିବାହ କରିଦେଇଥିବା କହିଛନ୍ତି । ପୋଲିସ କିଛି ନବୁଝିବାରୁ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି । ତାଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା-ମା’ ଓ ଶ୍ୱଶୁର ଘର ଲୋକ ଦାୟୀ ରହିବେ ବୋଲି ଏହି ଭିଡିଓରେ କହିଛନ୍ତି । ସୂଚାନ ଅନୁଯାୟୀ ନାବାଳିକାଙ୍କ ମା’ଙ୍କ ମୃତ୍ୟୁ ବର୍ଷେ ତଳେ ହୋଇଯିବା ପରେ ତାଙ୍କ ବାପା ଦ୍ୱିତୀୟ ବିବାହ କରିଛନ୍ତି । ଫଳରେ ତାଙ୍କ ଦ୍ୱିତୀୟ ମା’ ତାଙ୍କ ବିବାହ ଉକ୍ତ ୫୨ ବର୍ଷ ବ୍ୟକ୍ତି ସହ କରିଦେଇଛନ୍ତି । ସେ ଆହୁରି କହିଛନ୍ତି ’ମୁଁ ପଢ଼ିବାକୁ ଚାହୁଁଛି, ଏବେ ମୁଁ ଇଣ୍ଟରମେଡିଏଟରେ ନାମ ଲେଖାଇଥିଲି । ହେଲେ ମୋ ନାମ ଶ୍ୱଶୁରଘର ଲୋକେ କାଟିଦେଇଛନ୍ତି । ‘ ସୋସିଆଲ ମିଡିଆରେ ଏଡି ଭିଡିଓ ଭାଇରାଲ ହେବା ପରେ ଏସପି ତଦନ୍ତ ନର୍ଦ୍ଦେଶ ଦେଇଛନ୍ତି । ଯଦି ପ୍ରକୃତରେ ଝିଅଟି ନାବାଳିକା ହୋଇଥିଲେ ତେବେ ତାଙ୍କ ବାପା-ମା’ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଏସପି ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking