42.1 C
Bhubaneswar
Saturday, April 27, 2024
Homeଅପରାଧରାତିରେ ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ରାତିରେ ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ରାତି ଅଧରେ ଘରୁ ନାବାଳିକାଙ୍କୁ ଟେକି ନେଇ ବଳାତ୍କାର କଲେ । ପରିବାର ଲୋକେ ଖୋଜାଖୋଜି କରି ଅଚେତ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଗତ ରାତିରେ ନାବାଳିକାଜଣକ ନିଜ ମା’ଙ୍କ ସହ ଘରେ ଥିଲେ। ମା’ ଓ ସେ ପୃଥକ ରୁମ୍‌ରେ ଶୋଇଥିଲେ। ବିଳମ୍ବିତ ରାତିରେ ନାବାଳିକାଜଣକ ଘରୁ ଗାଏବ ହୋଇ ଯାଇଥିଲେ। ସକାଳେ ତାଙ୍କ ମା’ ଉଠିବା ପରେ ଝିଅର ପତ୍ତା ପାଇ ପାରି ନ ଥିଲେ। ବହୁ ଖୋଜାଖୋଜି ପରେ ଘର ପାଖ ଏକ ନିଛାଟିଆ ସ୍ଥାନରେ ଝିଅ ଅଚେତ ଅବସ୍ଥାରେ ପଡ଼ିଥିବା ମହିଳା ସୂଚନା ପାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନାବାଳିକା ଝିଅ ଦୁଷ୍କର୍ମର ଶିକାର ହୋଇଥିବା ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ପୁଲିସ୍‌ ତାହାର ତନାଘନା କରୁଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking