33.1 C
Bhubaneswar
Friday, April 26, 2024
Homeଓଡିଶାଜିଲ୍ଲା ଶିକ୍ଷାଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

୨ଦିନ ମଧ୍ୟରେ ଡିଇଓମାନେ ଦାଖଲ କରିବେ ଆକ୍ସନ ଟେକେନ୍ ରିପୋର୍ଟ
ଭୁବନେଶ୍ୱର:  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୁମ୍ ପ୍ଲାଟଫର୍ମରେ ଭର୍ଚୁଆଲ ମୋଡ୍‌ରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ  ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସତ୍ୟ ରଞ୍ଜନ ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଏବଂ ଅତିରିକ୍ତ ଶିକ୍ଷା ଅଧକାରୀମାନେ ଯୋଗ ଦେଇଥିଲେ । ଏଥି ସହିତ ସ୍କୁଲ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ତେବେ କରୋନାର ତୃତୀୟ ଲହରୀ ପାଇଁ ବନ୍ଦ ଥିବା ବିଦ୍ୟାଳୟ ଓ ପିଲାଙ୍କୁ ଅନଲାଇନ ଶିକ୍ଷା ଯୋଗଇବା ଦିଗରେ ଏଥିରେ ଆଲୋଚନା ହେବ ।

ସେହିପରି ରାଜ୍ୟରେ ଉପଲବ୍ଧ ଥିବା ସମ୍ଭଳକୁ ବିନିଯୋଗ କରି କିପରି ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନିକଟରେ ଅନଲଇନ୍ ଶିକ୍ଷା ପହଞ୍ôଚବ ଏବଂ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ ସେ ସମ୍ପର୍କରେ ଆଜି ଆଲୋଚନା ହୋଇଥିଲା । ତେବେ ଯେଉଁ ଅନ୍‌ଲାଇନ୍ ପାଠପଢ଼ା ହେଉଛି ଏହାର ଯାଞ୍ଚ ମଧ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏଣିକି କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସେ ଦିଗରେ ଜିଲ୍ଲା ସ୍ତରରେ ଶିକ୍ଷାଧିକାରୀମାନେ ଧ୍ୟାନ ଦେବେ ।

ତେବେ ଅନଲାଇନ ଶିକ୍ଷାଦାନ ସମ୍ପର୍କରେ ଏହି ବୈଠକରେ ବିଶଦ ଆଲୋଚନା ହୋଇଥିବା ବେଳେ ଆସନ୍ତା ୨ଦିନ ମଧ୍ୟରେ ରାଜ୍ୟର ଜିଲ୍ଲା ଶିକ୍ଷା ଅଧିକାରୀମାନେ ନିର୍ଦ୍ଦେଶାଳୟରେ ଆକ୍ସନ ଟେକେନ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟର ସମୀକ୍ଷା କରାଯିବା ପରେ ଆସନ୍ତା ୨୧ରେ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଅନ୍‌ଲାଇନ୍ ପାଠପଢ଼ାର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking