29.1 C
Bhubaneswar
Friday, April 26, 2024
Homeଓଡିଶାରାଜଧାନୀରେ ୯ ନୂଆ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌

ରାଜଧାନୀରେ ୯ ନୂଆ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌

ଭୁବନେଶ୍ୱର:  ବଢ଼ୁଥିବା ସଂକ୍ରମଣକୁ ତାଳ ଦେଇ ରାଜଧାନୀରେ ବଢ଼ିବାରେ ଲାଗିଛି ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ । ଏହି କ୍ରମରେ ବୁଧବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଉ ୯ଟି ସ୍ଥାନକୁ ମାଇକ୍ରୋକଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏଥିରେ ଦକ୍ଷିଣ-ପୂର୍ବ ଜୋନର ୭ଟି ସ୍ଥାନ ଏବଂ ଦକ୍ଷିଣ-ପଶ୍ଚିମ ଜୋନର ୨ଟି ସ୍ଥାନ ରହିଛି । ଦକ୍ଷିଣ-ପୂର୍ବ ଜୋନର ୟୁନିଟ୍‌-୩ସ୍ଥିତ ଖାରବେଳନଗରର ପ୍ଲଟ୍ ନଂ-ବି୧୦/୭, ୟୁନିଟ୍‌-୯ର କ୍ୱାଟର ନଂଏଫ୍‌-୪/୨, ଜୟଦୁର୍ଗା ନଗରର ପ୍ଲଟ୍ ନଂ-୨୭ବି, ସହିଦନଗରସ୍ଥିତ ସୁଦର୍ଶନ ଟାୱାରର ପ୍ଳଟ୍ ନଂ ୭୦୪, ବମିଖାଲ ଛକସ୍ଥିତ ଗୀତାଞ୍ଜଳି ପ୍ୟାଲେସର ପ୍ଲଟ୍‌-୬ଏବି, ଝାରପଡ଼ାସ୍ଥିତ ୟୁକୋ ବ୍ୟାଙ୍କ ନିକଟସ୍ଥ ପ୍ଲଟ୍ ନଂ-୪୦୩୬, ଟଙ୍କପାଣି ରୋଡ଼ସ୍ଥିତ ବ୍ରହ୍ମେଶ୍ୱର ବାଗର ପ୍ଲଟ୍ ନଂ ୩୬ ଆଦି ଅଞ୍ଚଳରେ ଆତଯାତ ଉପରେ କଟକଣା ଲାଗିଛି । ସେହିପରି ଦକ୍ଷିଣ-ପଶ୍ଚିମ ଜୋନର ୱାର୍ଡ଼ ନଂ ୪୯ ଅର୍ନ୍ତଗତ ଆଇଗିଣିଆସ୍ଥିତ ଖଣ୍ଡଗିରି ପ୍ଲାଜାର ଫ୍ଲାଟ୍ ନଂ-କେ୨୫ ଏବଂ ୱାର୍ଡ଼ ନଂ ୬୨ର ପୋଖରୀପୁଟସ୍ଥିତ କୋକିଳା ବିହାରର ପ୍ଲଟ୍ ନଂ ୫୦୧/୧୭୮୭କୁ ମାଇକ୍ରୋକଣ୍ଟେନମେଣ୍ଟ ଜୋନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking