34.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଟ୍ରେନରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଟ୍ରେନରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପାଟଣା : ବିହାରର କାରିସାଥ ଷ୍ଟେସନ ନିକଟରେ ଏକ ହୋଲି ସ୍ପୋଶାଲ୍ ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଥିଲା। ଟ୍ରେନର ୩ଟି ଏସି ବଗିରେ ନିଆଁ ଲାଗି ଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀ । ଖବରପାଇ ତୁରନ୍ତ ରେଳବିଭାଗର ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡରେ ବଗିଗୁଡ଼ିକ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ସୂଚନା ଅନୁସାରେ, ବିହାରର ଭୋଜପୁର ଅନ୍ତର୍ଗତ ଦାନାପୁର- ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ରେଳଖଣ୍ଡର କାରିସାଥ ଷ୍ଟେଶନ ନିକଟରେ ଘଟିଛି ଏହି ଘଟଣା । ସ୍ପେଶାଲ ଟ୍ରେନର ଏସି ବଗିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ୦୧୪୧୦ ହୋଲି ସ୍ପେଶାଲ୍ ଟ୍ରେନ ଦାନାପୁରରୁ ଲୋକମାନ୍ୟ ତିଲକକୁ ଯାଉଥିଲା । ରାତି ପ୍ରାୟ ୨ଟା ସମୟରେ ଏହି ଟ୍ରେନର ଏସି ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking