39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଆକାଶରୁ ଖସିଲା ବେଲୁନ୍‌ : ଲୋକେ ଭୟଭୀତ, ପୋଲିସ ର ଯାଞ୍ଚ ଜାରି

ଆକାଶରୁ ଖସିଲା ବେଲୁନ୍‌ : ଲୋକେ ଭୟଭୀତ, ପୋଲିସ ର ଯାଞ୍ଚ ଜାରି

ବଲାଙ୍ଗିର/ସଇଁନ୍ତଲା,: ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ସାନଡଙ୍ଗର ଗାଁରେ ଏକ ବଡ ଆକାରର ବେଲୁନ୍‌ ଆକାଶ ମାର୍ଗରୁ ଖସିଛି । ଫଳରେ ଲୋକେ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ତେବେ ସ୍ଥାନୀୟ ଲୋକମାନେ ବିଲ କାମ କରିବା ପାଇଁ ଯାଇଥିବା ବେଳେ ଆକାଶ ମାର୍ଗରୁ ବଡ଼ ଆକାରର ବେଲୁନ୍‌ ଖିସିଥିବା ଦେଖିଥିଲେ ଏବଂ ଭୟଭୀତ ହୋଇ ପଡ଼ିଥିଲେ । ବେଲୁନ୍‌ ଟି ଜମିର ମାଲିକ ଶିଶୁ ଭୋଇଙ୍କ ଧାନ କିଆରୀରେ ପଡିଥିଲା। ତେବେ ଲୋକେ ତୁଷୁରା ପୁଲିସକୁ ଫୋନ୍‌ କରି ଜଣେଇଥିଲେ । ତେବେ ଘଟଣା ସ୍ଥଳରେ ଆଇଆଇସି ଯଶୋବନ୍ତ ପଧାନୀ ଆସି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ବେଲୁନ୍‌ରେ ଲାଗିଥିବା ଏକ ସାର୍କିଟ ଜବତ କରି ଥିବାବେଳେ ଏଥିରେ ଲାଗିଥିବା ବ୍ୟାଟେରୀ ଘଟଣାସ୍ଥଳରୁ କେହି ନେଇ ଯାଇଥିବା ଜଣାଯାଇଛି । ତେବେ ଏହି ବେଲୁନ୍‌ କୁ କିଏ ଓ କାହିଁକି ଉଡାଉ ଥିଲା ତାହାକୁ ନେଇ ପୋଲିସର ତନାଘନା ଜାରି ରହିଥିବା ବେଳେ , ଏହି ବେଳୁନ ଟି ପାଣିପାଗ ବିଭାଗର ବୋଲି ସନ୍ଧେହ କରାଯାଉଛି । ତେବେ ବେଲୁନ୍‌ ଖସିଥିବା ବେଳେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ବେଲୁନ୍‌ କୁ ଉଦ୍ଧାର କରିବା ସହ ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking